ଓଡ଼ିଶା

ବିରିୟାନି ପାଇଁ ଜୀବନ ହାରିଲା ନାବାଳକ ପୁଅ

ବାଲେଶ୍ୱର() ପୁଅ ଅଳି କରିଥିଲା ବିରିୟାନୀ ଖାଇବ ବୋଲି। ହେଲେ ବାପା ବ୍ୟସ୍ତ ରହିବାରୁ ଦେଇପାରିନଥିଲେ ବିରିୟାନୀ। ଆଉ ଶେଷରେ ସାମାନ୍ୟ ବିରିୟାନୀ ନମିଳିବାରୁ ନିଜର ମୂଲ୍ୟବାନ ଜୀବନ ହରାଇ ବସିଲା ପୁଅ। ଆଜି ଏମିତି ଏକ ଦୁଃଖଦ ଘଟଣା ଘଟିଛି ନୀଳଗିରି ଥାନ୍ତା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ।

ଗ୍ରାମର ମନୋରଞ୍ଜନ ମହାର୍ଣ୍ଣାଙ୍କ ୧୩ ବର୍ଷର ପୁଅ ସତ୍ୟବ୍ରତ। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସତ୍ୟବ୍ରତ ଗତ ଦୁଇଦିନ ହେବ ବିରିୟାନୀ ଖାଇବା ପାଇଁ ବାପାଙ୍କ ଆଗରେ ଅଳି କରିଥିଲା। ବାପା ମନୋରଞ୍ଜନ ୱାର୍ଡ ସଭ୍ୟ ପ୍ରାର୍ଥୀ ହୋଇଥିବା ବେଳେ ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟସ୍ତ ରହୁଥିଲେ। ବାପା ଏକ କମ୍ପାନୀ ସିକ୍ୟୁରିଟି କାମ ମଧ୍ୟ କରନ୍ତି। ହେଲେ ବୁଧବାର ସତ୍ୟବ୍ରତ ବିରିୟାନୀ ଖାଇବାକୁ ଅଧିକ ଜିଦ୍ କରିବସିଥିଲା। କିନ୍ତୁ କାମ ବ୍ୟସ୍ତରେ ବାପା ପୁଅର ଏହି ଆବଶ୍ୟକତାକୁ ପୂରଣ କରିପାରିନଥିଲେ। ହେଲେ ଅବୁଝା ପୁଅ ଧୈର୍ଯ୍ୟ ହରାଇ ବସିଥିଲା ଏବଂ ଗାମୁଛାରେ ଫାଶୀ ଲଗାଇ ଜୀବନ ହାରିଦେଲା।

ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ସାଂସଦ କହିଛନ୍ତି, ଏହା ଏକ ଦୁଃଖଦାୟକ, ଚିନ୍ତାଜନକ ଓ ବିଚିତ୍ର ପରିସ୍ଥିତି। ଏଭଳି ଘଟଣା ଘଟିବାର ମୂଳ କାରଣ ହେଉଛି ଛୋଟ ପରିବାର। ଛୋଟ ପରିବାରରେ ପିଲାମାନେ ଅଧିକାଂଶ ସମୟ ମୋବାଇଲରେ ବ୍ୟସ୍ତ ରହୁଛନ୍ତି। ହେଲେ ବଡ଼ ପରିବାରରେ ଅଧିକ ସଦସ୍ୟ ଥାନ୍ତି। ଯେଉଁ କାରଣରୁ ପିଲାମାନେ ସମସ୍ତଙ୍କ ସହ ଖେଳିବାରେ ବ୍ୟସ୍ତ ରୁହନ୍ତି। ହେଲେ ସେସବୁ ଖେଳ ଏବେ ବନ୍ଦ ହୋଇଗଲାଣି। କିନ୍ତୁ ଆଜିକାଲିର ପିଲାମାନେ କେବଳ ମୋବାଇଲରେ ଗେମ୍ ଖେଳିବାରେ ବ୍ୟସ୍ତ ରହୁଛନ୍ତି। ଯେଉଁ କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିବାର ଅନ୍ୟତମ କାରଣ ବୋଲି ସାଂସଦ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com