ଜାତୀୟ

ଭୋଗିବାକୁ ପଡିବ ଯୁଦ୍ଧର ପରିଣାମ: ପ୍ରେସମିଟ ଜରିଆରେ ଋଷକୁ କଡା ଚେତାବନୀ ଦେଲା “ନାଟୋ”

ନୂଆଦିଲ୍ଲୀ: ୟୁକ୍ରେନ-ଋଷ ମଧ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଭୟଙ୍କର ନିଷ୍ପତ୍ତି ସହ ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ । ତେଣୁ ଏହି ଯୁଦ୍ଧର ପରିଣାମ ତାକୁ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛି ‘ନାଟୋ’ । ପ୍ରେସମିଟ ଜରିଆରେ ଋଷକୁ ‘ନାଟୋ’ ଏଭଳି କଡା ଚେତାବନୀ ଦେଇଛି।
ଅନ୍ତରାଷ୍ଟ୍ରୀୟ ଆଇନ ଉଲ୍ଲଙ୍ଘନ ନ କରିବାକୁ ଚେତାଇ ଦେଇଛି ନାଟୋ । ନଚେତ ଏହାର ପରିଣାମ ଖୁବ ଭୟଙ୍କର ହେବ ବୋଲି ଋଷକୁ ଚେତବାନୀ ଦିଆଯାଇଛି । ଏହି ଆକ୍ରମଣର ପରିଣାମ ଋଷକୁ ଭୋଗିବାକୁ ପଡିବ ବୋଲି ନାଟୋ ତରଫରୁ ଚେତାଇ ଦେଇଛି ନାଟୋ । ଏଥିସହ ୟୁକ୍ରେନରୁ ସେନା ହଟାଇବା ପାଇଁ ମଧ୍ୟ ଋଷକୁ ନାଟୋ ଉପଦେଶ ଦେଇଛି । ଋଷର ସମସ୍ତ କାର୍ଯ୍ୟକଳାପ ବିଶ୍ୱ ଦେଖୁଛି, ତେଣୁ ସୈନ୍ୟ ବଢାଇବାରୁ ନିବୃତ୍ତ ରହିବାକୁ ଋଷକୁ କୁହାଯାଇଛି । ସେପଟେ ୧୦୦ରୁ ଅଧିକ ଯୁଦ୍ଧ ବିମାନ ଋଷ ସଜାଇ ରଖିଥିବା ଜରାପଡିଛି । ଯାହାକୁ ନେଇ ଯୁଦ୍ଧର ପରିଣାମ ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com