ଓଡ଼ିଶା

ଭୋଟ ଦେବା ପରେ ଏଜେଣ୍ଟ ବାଲାଟ ନେଇଯାଇଥିବା ଅଭିଯୋଗ, ବନ୍ଦ ହେଲା ମତଦାନ

ଭଦ୍ରକ() ପଞ୍ଚମ ପର୍ଯାୟରେ ମତଦାନ ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାରେ ପଞ୍ଚମ ପର୍ଯାୟରେ ଧାମନଗର ବ୍ଲକ ପାଇଁ ମତଦାନ ହେଉଛି । ସମୁଦାୟ ୩୧ଟି ଗ୍ରାମ ପଞ୍ଚାୟତ ଓ ୪ଟି ଜିଲ୍ଲା ପରିଷଦ ପାଇଁ ଭୋଟିଂ ହେଉଛି । ବ୍ଲକର ୪୦୫ ଟି ବୁଥ ରେ ଭୋଟିଂ ହେଉଥିବା ବେଳେ ୬୧ ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି ।

ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୃତୟନ କରାଯିବା ସହ ପେଟ୍ରୋଲିଂ ଟିମ ମଧ୍ୟ ବିଭିନ୍ନ ଅଞ୍ଚଳରେ ପାଇଁତରା ମାରୁଛନ୍ତି । ଆରମ୍ଭରୁ କଟସାହି ପଂଚାୟତ ୧ ନମ୍ବର ବୁଥରେ ଭୋଟିଂ ବନ୍ଦ ହୋଇଛି । ବୁଥର ଏଜେଣ୍ଟ ବାଲାଟ ନେଇ ଦୌଡ଼ି ପଳାଇଥିବା ଅଭିଯୋଗ ହୋଇଛି ।

ସୂଚନା ଯୋଗ୍ୟ ଯେ ୩୬ ଜଣ ଭୋଟ ଦେବା ପରେ ଜଣେ ଏଜେଣ୍ଟ ସରପଞ୍ଚ ବାଲାଟ ନେଇ ଦୌଡ଼ି ପଳାଇଥିଲେ । ପରେ ପୋଲିସ ଓ ସ୍ଥାନୀୟ ଲୋକେ ଗୋଡ଼ାଇ ଯାଇ ଏଜେଣ୍ଟଙ୍କୁ ଧରି ଥାନାକୁ ନେଇଛନ୍ତି । ବୁଥ ନିକଟରେ ଉତ୍ତେଜନା ଦେଖାଦେବା ସହ ଭୋଟ ବନ୍ଦ ରହିଛି । ଏଜେଣ୍ଟ ଙ୍କ ମାଡ଼ ରେ ଜଣେ ବୃଦ୍ଧ ଆହତ ହୋଇଥିବା ଅଭିଯୋଗ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com