Featuredଓଡ଼ିଶା

ଶବ ଯାତ୍ରାରେ ବାଜିଲା ଡିଜେ , ନାଚି ନାଚି ଗଲେ ସ୍ମଶାନ

ଭୁବନେଶ୍ୱର : ଶବ ଶୋଭାଯାତ୍ରାରେ ବାଜିଲା ଡିଜେ I ଡିଜେର ତାଳେ ତାଳେ ନାଚିଲେ ଲୋକେ I କାହା ମନରେ ଟିକେ ଦୁଃଖ ନ ଥିଲା କି ମୃତ୍ୟୁକୁ ନେଇ ଶୋକ ମଧ୍ୟ ନଥିଲା I ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା ବସ୍ତିପଡା ଠାରେ ଆଜି ଏକ ଶବ ଶୋଭାଯାତ୍ରାକୁ ନେଇ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥିଲା । ଘଟଣା ଅନୁସାରେ ପଞ୍ଚରା ଗ୍ରାମର ମାଙ୍ଗରୀ ସୁରିନ ନାମକ ଏକ ବୃଦ୍ଧା ମହିଳା (୧୧୫) ବର୍ଷ ବୟସରେ ଗତରାତିରେ ଶେଷନିଶ୍ୱାସ ତ୍ଯାଗ କରିଥିଲେ । ତେବେ ସେ ୧୧୫ ବର୍ଷ ବଞ୍ଚିଥିବା କାରଣରୁ ତାଙ୍କ ସାଇଭାଇ ଶୋକ ତ୍ଯାଗ କରି ତାଙ୍କୁ ତାଙ୍କ ଅନ୍ତିମ ଶବ ଶୋଭାଯାତ୍ରାରେ ଏକ ଭିନ୍ନ ଢଙ୍ଗରେ ଗାଡିରେ ଡିଜେ ବାଜା ବଜାଇ ନାଚି ନାଚି ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ I ବାର୍ଦ୍ଧକ୍ଯ କାରଣରୁ ସେ କିଛିଦିନ ହେବ ଶଯ୍ୟାଶାୟୀ ଥିଲେ । ତେବେ ତାଙ୍କ ମୃତ୍ୟୁ କୁ ମନେ ରଖିବା ପାଇଁ ଏଭଳି ଏକ ନିଆରା ଆୟୋଜନ କରିଥିଲେ ମୃତକଙ୍କ ସମ୍ପର୍କୀୟ I

Related Articles

Back to top button
WP Twitter Auto Publish Powered By : XYZScripts.com