ବିଜ୍ଞାନ ଓ ପ୍ରଯୁକ୍ତି

ଆଜି ଶେଷ ହେବ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର, ୨୮ /୦୨/୨୦୨୩ –    ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେଉଛି । ଏହା ପୂର୍ବରୁ ସୁରେଶଙ୍କ କାର୍ଯ୍ୟକାଳ ଦୁଇଥର ବଢ଼ିଥିଲା । ଆଜି ଅବସର ନେବାପରେ ସୁରେଶଙ୍କୁ OERC ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ମିଳିବ । ସେପଟେ ବୁଧବାର ଠାରୁ ଉନ୍ନୟନ କମିଶନର ପ୍ରଦୀପ ଜେନା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ।

୧୯୮୯ ବ୍ୟାଚ IAS ଅଫିସର ପ୍ରଦୀପ, ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ପରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାପାଳ ମଧ୍ୟ ହୋଇଥିଲେ । କଟକ ଜିଲ୍ଲାପାଳ ଥିବା ବେଳେ ୧୯୯୯ ମସିହାରେ ବାତ୍ୟା ପରିଚାଳନାରେ ଦକ୍ଷତା ପ୍ରତିପାଦନ କରିଥିବା ବେଳେ ରାଜ୍ୟ ଓ ଜାତୀୟ ସ୍ତରରୁ ପ୍ରଶଂସା ପାଇଥିଲେ ।  ବିଭିନ୍ନ କ୍ଷେତ୍ରରେ ତାଙ୍କର ସଫଳତା ପାଇଁ ତୃଣମୂଳ ସ୍ତରରୁ ପ୍ରଶଂସା ପାଇଛନ୍ତି ପ୍ରଦୀପ ଜେନା ।

Related Articles

Back to top button
WP Twitter Auto Publish Powered By : XYZScripts.com