ଜାତୀୟ

ଜୁଲାଇ ୩ରେ ଚଳିତ ବର୍ଷର ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା

ନୂଆଦିଲ୍ଲୀ: ‘ଆଇଆଇଟି’ରେ ପ୍ରବେଶ ପାଇଁ ଜୁଲାଇ ୩ ତାରିଖରେ ‘ଜେଇଇ ଆଡଭାନ୍ସଡ୍‌ ୨୦୨୨’ର ପରୀକ୍ଷା ତାରିଖ ଘୋଷଣା କରାଯାଇଛି।

ଗତକାଲି ‘ଆଇଆଇଟି-ମୁମ୍ବାଇ’ ଏଥିନିମନ୍ତେ ବିସ୍ତୃତ ତାରିଖ ଜାରି କରିଛି।  ଚଳିତ ବର୍ଷ ଜୁଲାଇ ୩ ତାରିଖରେ ‘ଜେଇଇ ଆଡଭାନ୍ସଡ୍‌’ ହେବ। ‘ଜେଇଇ ଆଡଭାନ୍ସଡ୍‌’ ପାଇଁ ରେଜିଷ୍ଟ୍ରେସନ ଜୁନ୍‌ ୮ରୁ ଜୁନ୍‌ ୧୪ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରାଯାଇପାରିବ। ଫି’ ଜମା କରିବାର ଅନ୍ତିମ ତିଥି ଜୁନ୍‌ ୧୫କୁ ଧାର୍ଯ୍ୟ କରାଯାଇଛି। ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ପାଇଁ ସ୍ରାଇବ ଚୟନର ସମୟ ଜୁଲାଇ ୨ ପର୍ଯ୍ୟନ୍ତ ରହିବ।

ଏହାପରେ ଆଡମିଟ୍‌ କାର୍ଡ ୨୭ ଜୁନ ସକାଳ  ୧୦ଟା ବେଳେ ଜାରି କରାଯିବ। ଆଡମିଟ୍‌ କାର୍ଡକୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଡାଉନ୍‌ଲୋଡ୍‌ କରାଯାଇ ପାରିବ। ପରୀକ୍ଷା ଜୁଲାଇ ୩ ରବିବାର ଦିନ ଦୁଇଟି ପାଳିରେ ଅନୁଷ୍ଠିତ ହେବ। ପ୍ରଥମ ପାଳି ସକାଳ ୯ଟାରୁ ୧୨ ଟା ପର୍ଯ୍ୟନ୍ତ ଏବଂ ଦ୍ବିତୀୟ ପାଳି ୨.୩୦ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ହେବ। ଏହାପରେ ‘ଜେଇଇ ଆଡଭାନ୍ସଡ୍‌’ର ୱେବସାଇଟ୍‌ରେ ଜୁଲାଇ ୭ରେ ରେସ୍ପପନ୍ସ ସିଟ୍‌ ଉପଲବ୍ଧ ହେବ। ପ୍ରୋଭିଜିନାଲ୍‌ ଉତ୍ତରର ଅନଲାଇନ୍‌ ଡିସପ୍ଲେ ଜୁଲାଇ ୯ ତାରିଖରୁ ହେବ। ଜୁଲାଇ ୯ ଓ ୧୦ରେ ପ୍ରୋଭିଜିନାଲ୍‌ ଉତ୍ତର ଉପରେ ଛାତ୍ରଛାତ୍ରୀମାନେ ନିଜର ଆପତ୍ତି ଦର୍ଶାଇପାରିବେ। ଚୂଡାନ୍ତ ଉତ୍ତର ଜୁଲାଇ ୧୮ ତାରିଖରେ ଜାରି କରାଯିବ।

Image Courtesy of The News Minute

‘ଜେଇଇ ଆଡଭାନ୍ସଡ୍‌’ ପରୀକ୍ଷା ଏଥର ଦେଶର ୨୦୯ ସହରରେ ଆୟୋଜନ କରାଯିବ। ଚଳିତ ବର୍ଷ ବିଦେଶରେ ‘ଜେଇଇ ଆଡଭାନ୍ସଡ୍‌’ ପରୀକ୍ଷା ଆୟୋଜନ ପାଇଁ କୌଣସି କେନ୍ଦ୍ରର ଘୋଷଣା କରାଯାଇନାହିଁ। ‘ଆଇଆଇଟି’ରେ ଆଡମିସନ୍‌ ପାଇଁ ଏଥର ମଧ୍ୟ ବୋର୍ଡ ଯୋଗ୍ୟତାରେ କୋହଳ କରାଯାଇଛି। କୋଭିଡ୍‌-୧୯ ଯୋଗୁଁ ଗତ ଦୁଇ ବର୍ଷ ହେବ ବୋର୍ଡ ଯୋଗ୍ୟତାରେ କୋହଳ କରାଯାଇଥିଲା। ଏଥିପୂର୍ବରୁ ୨୦୧୯ରେ ଦ୍ବାଦଶ ବୋର୍ଡରେ ୭୫ ପ୍ରତିଶତ ଅଥବା ସମ୍ବଦ୍ଧିତ ବୋର୍ଡର ଟପ୍‌ ୨୦ ପର୍ସନଟାଇଲକୁ ହିଁ ‘ଆଇଆଇଟି’ରେ ପ୍ରବେଶ ପାଇଁ ଯୋଗ୍ୟ ବୋଲି ବିବେଚନ କରାଯାଉଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com