ଓଡ଼ିଶା

ନିଖୋଜ ବାଳକକୁ ବଳି ସନ୍ଦେହରେ ଭଙ୍ଗାରୁଜା ଓ ପୋଡାଜଳା

ଆନନ୍ଦପୁର() ଆନନ୍ଦପୁର ଉପଖଣ୍ଡ ସୋସ ଥାନ ବାଦ୍ୟଧରପୁର ନିକଟ ଖଣି ବଜାର ସାହିର ଜଣେ ୭ବର୍ଷର ନିଖୋଜ ବାଳକକୁ ବଳି ଦିଆଯାଇଥିବା ସଂନ୍ଦେହରେ ବ୍ୟାପକ ଭଙ୍ଗାରୁଜା ସହ ଠିକାସଂସ୍ଥାର ମେସିନ୍ ରେ ନିଆଁ ଲଗାଇଦେଇଛନ୍ତି ଗ୍ରାମବାସୀ । ଗତ ବୁଧବାର ଠାରୁ ନିଖୋଜ ରହିଛି ଗାଁର ସ୍ୱର୍ଗତ ବିଜୟ ପୁର୍ତିଙ୍କ ୭ବର୍ଷ ର ପୁଅ ଦିବାକର ।

ବହୁ ଖୋଜାଖୋଜି କଲେ ମଧ୍ୟ ଏପର୍ଯ୍ୟନ୍ତ ତାର କୌଣସି ସନ୍ଧାନ ମିଳିପାରି ନାହିଁ । ହେଲେ ଗତକାଲି ସନ୍ଧ୍ୟାରେ ସ୍ଥାନିୟ ଏକ ଇଂରାଜୀ ମାଧ୍ୟମ ସ୍କୁଲ୍ ରୁ ସଂପୃକ୍ତ ବାଳକର ପିନ୍ଧା ସାର୍ଟ ମିଳିଥିଲା । ହେଲେ ପିଲାର କୈାଣସି ସନ୍ଧାନ ମିଳନି । ସେହି ସ୍ଥାନରେ ମଧ୍ୟ ଏକ ଘରୋଇ କମ୍ପାନି କେନାଲ କାମ କରୁଥିବାରୁ ବାଳକଟିକୁ ଠିକା ସଂସ୍ଥା ଦ୍ବାରା ବଳି ଦିଆଯାଇଥିବା ସଂଦେହରେ ଗତ ରାତି ଶତାଧିକ ଗ୍ରାମବାସୀ ସଂପୃକ୍ତ ସ୍କୁଲ ରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଠିକା ସଂସ୍ଥାର ଏକ ମେସିନ୍ ରେ ନିଆଁ ଲଗାଇଥିଲେ ।

ପରେ ପୋଲିସ୍ ପହଞ୍ଚି ବୁଝାସୁଝା କରିବାରୁ ପରିସ୍ଥିତି ନିୟନ୍ତ୍ରଣ କୁଆସିଥିଲେ ମଧ୍ୟ ଗ୍ରାମରେ ଚାପା ଉତ୍ତେଜନା ରହିଛି । ନିରୋଜ ସମ୍ପର୍କରେ ଅଭିଯୋଗ ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ସଂନ୍ଧାନ ଆରମ୍ଭ କରିଛି । ହେଲେ ବଳି ସଂଦେହକୁ ଗ୍ରହଣ କରିନାହାଁନ୍ତି ସୋସ ଥାନା ଅଧିକାରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com