ଓଡ଼ିଶା

ଏଥର ଧୁମ୍‌ଧାମ୍‌ରେ ପାଳନ ହେଉଛି ନୂଆଁଖାଇ

ସମ୍ବଲପୁର ,୦୧/୦୯/୨୦୨୨-  ଉଠୁଛି ପଡୁଛି ପୁରା ପଶ୍ଚିମ ଓଡିଶା । ନୂଆଁଖାଇ ପାଇଁ ଏଥର ନାହିଁ ନଥିବା ଉତ୍ସାହ । ମାଆ ସମଲେଶ୍ୱରୀଙ୍କ ନବାନ୍ନ ଲାଗି  ପାଇଁ ରହିଛି ନୂଆ ଧାନ, କୁରେଇ ପତ୍ର, ପଂଚାମୃତ, ଚୁଡି, ଗହଣା, ଶାଢ଼ି ଆଉ ପନିପରିବା ।  ମାଆ ସମଲେଶ୍ୱରୀଙ୍କ ସମେତ ସବୁ ଦେବଦେବୀଙ୍କ ମନ୍ଦିରକୁ ଯାଇଛି ପାହୁର ଭାର ।

ପରମ୍ପରା ଅନୁସାରେ ଆଜି ମନ୍ଦିରରେ ଥିବା ପାର୍ଶ୍ୱ ଦେବଦେବୀଙ୍କୁ ସିନ୍ଦୁର ଲେପ ଦିଆଯାଇଛି । ମାଆଙ୍କ ଅଳଙ୍କାରଗୁଡିକୁ ସଫା କରାଯାଇ ପିନ୍ଧା ଯାଇଛି । ନୂଆଁଖାଇ ପାଇଁ ଯିଏ ଯେଉଁଠି, ଯେତେ ଦୂରରେ ଥିଲେ ବି ଗାଁକୁ ଫେରି ପରିବାର ସହ ଉତ୍ସବ ମନାଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com