ଓଡ଼ିଶା

ବିଜାପୁରରେ ପୁଣି ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ଆଦିବାସୀ ଯୁବକଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି() ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଆଦିବାସୀ ଯୁବକଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ମୃତକ ହେଉଛନ୍ତି ଗାଙ୍ଗାଲୁର ଥାନା ଅନ୍ତର୍ଗତ ଧନୋରା ଗ୍ରାମର ଅର୍ଜୁନ କୁଡିଆମ ।

ହତ୍ୟା ପରେ ଘଟଣା ସ୍ଥଳରେ ନକ୍ସଲ ମାନେ ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ଲେଖା ରହିଛି ଯେ ପୋଲିସ ପାଇଁ ଗୁଇନ୍ଦା କାମ କରୁଥିବାରୁ ଅର୍ଜୁନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com