ଓଡ଼ିଶା

ବାମୁର ରେଞ୍ଜର ଶଣ୍ଢପାଳରେ ଭାଲୁ ଆତଙ୍କ, ଲୋକଙ୍କୁ ଆକ୍ରମଣ ସହ କରୁଛି ଉତ୍ପାତ

ଆଠମଲ୍ଲିକ: ବନଖଣ୍ଡ ଅନ୍ତଗତ ବାମୁର ରେଞ୍ଜର ଶଣ୍ଢପାଳ ଗ୍ରାମ ନିକଟରେ କିଛିଦିନ ହେଲା ଏକ ଭାଲୁ ବୁଲୁଥିବାର ବନବିଭାଗ କୁ ଲୋକେ ଜଣାଇ ଥିଲେ । ଗାଁନିକଟରୁ ଭାଲୁକୁ ବନବିଭାଗ ଘଉଡ଼ାଇନଥିଲା ।

ଆଜି ଗାଁର ପ୍ରମୋଦ ମିର୍ଧା ବାଡ଼ି ପଛପାଖରେ ଥିବା ପୋଖରୀରୁ ଫେରୁଥିବା ସମୟରେ ଭାଲୁ ହାବୁଡ଼ରେ ପଡି ଯାଇଥିଲେ । ଭାଲୁ ଆକ୍ରମଣ କରୁଥିବା ସମୟରେ ପ୍ରମୋଦ ପାଟି କରିବାରୁ ଗାଁ ଲୋକ ପହଁଚିଯାଇଥିଲେ । ଭାଲୁ ପ୍ରମୋଦକୁ ଛାଡି ଜଙ୍ଗଲ କୁ ଚାଲିଯାଇଥିଲା । ଭାଲୁ ଆକ୍ରମଣ ରେ ପ୍ରମୋଦ ର ମୁଣ୍ଡରେ ଓ ଡାହାଣ ଗୋଡ଼ରେ ଗଭୀର ଆଘାତ ହେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com