ଓଡ଼ିଶା

ହେଜିଲା ରାଜ୍ୟ ପରିବହନ ବିଭାଗ, ଏଣିକି ବସରେ ଲଗାଯିବ କେତେ ଦୂରକୁ କେତେ ଭଡ଼ା

ଭୁବନେଶ୍ଵର: ବସ୍‌  ଯାତ୍ରା କରିବା ସମୟରେ ଲୋକଙ୍କୁ ବିଭିନ୍ନ ପ୍ରକାର ଅସୁବିଧାକୁ ସାମ୍ନା କରିବାକୁ ପଡ଼ିଥାଏ । କେତେବେଳେ ପ୍ରବଳ ଭିଡ଼, ତ ଆଉ କେତେବେଳେ ଯାତ୍ରୀଙ୍କ ଝଗଡ଼ା । କିନ୍ତୁ ପ୍ରାୟ ସମୟରେ ଯାତ୍ରୀମାନଙ୍କର କଣ୍ଡକ୍ଟରଙ୍କ ସହ ଝଗଡ଼ା ହୋଇଥାଏ, ଆଉ ତାର କାରଣ ହେଉଛି ଭଡ଼ା । ବସ୍ ମାଲିକଙ୍କ କଥାରେ ହେଉ କିମ୍ବା ନିଜ ମନମାନିରେ କଣ୍ଡକ୍ଟରମାନେ ଭଡ଼ା ବଢାଇଥାନ୍ତି । ଯାହା ଫଳରେ ଯାତ୍ରୀମାନେ ଅସୁବିଧା ଭୋଗିବା ସହ ଅଯଥା ସମସ୍ୟା ସୃଷ୍ଟି ହୁଏ ।

ତେବେ ସାଧାରଣ ଯାତ୍ରୀମାନେ ପ୍ରାୟତଃ ଯୁକ୍ତି ରଖିଥାନ୍ତି ଯେ କେଉଁ ଆଧାରରେ ବସ୍ ଭଡ଼ା ଲାଗୁ ହେଉଛି । ରାଜ୍ୟ ପରିବହନ ବିଭାଗ କି ପୁର୍ତ୍ତ ବିଭାଗ ଏହି ନିଷ୍ପତ୍ତି ନେଉଛନ୍ତି । ଏହି ଭଳି ଅନେକ ପ୍ରଶ୍ନର ଏବେ ମିଳିବ ସମାଧାନ । କାରଣ ବସରେ ଯାତ୍ରୀଙ୍କ ଅବଗତ ପାଇଁ ଲେଖାଯିବ ସମସ୍ତ ତଥ୍ୟ । ତେବେ ଦିନକୁ ଦିନ ଏହି ସମସ୍ୟା ବଢିବା ପରେ ଏବେ ଚେତିଛି ରାଜ୍ୟ ପରିବହନ ବିଭାଗ । ଏ ସମସ୍ତ ସମସ୍ୟାର ସମାଧାନର ବାଟ ବାହାର କରିଛନ୍ତି। ଏବେ ରାଜ୍ୟର ବସ୍ ମାଲିକଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି ରାଜ୍ୟ ପରିବହନ ବିଭାଗ । ନିୟମ ଅନୁଯାୟୀ ପ୍ରତ୍ୟେକ ବସ୍‌ରେ ବସ୍‌ର ରୁଟ୍‌, କେଉଁ ସ୍ଥାନରୁ ଦୂରତା କେତେ, କେଉଁସ୍ଥାନରୁ ଭଡ଼ା କେତୋ ଏଥି ସହିତ ବସ୍ ଅର୍ଡ଼ିନାରୀ , ଡ଼ିଲକ୍ସ କି ସୁପର ଡିଲକ୍ସ ଏହା ଲେଖାଯିବା ସହ ବସ୍ ମାଲିକ ସବୁ ତଥ୍ୟ ବସ୍‌ରେ ପ୍ରଦର୍ଶିତ ରଖିବେ । ବାରମ୍ବାର ବେଆଇନ୍ ଭଡ଼ା ନେଇ ଅଭିଯୋଗ ହେବା ପରେ ବସ ମାଲିକଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛି ରାଜ୍ୟ ପରିବହନ ବିଭାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com