ଓଡ଼ିଶା

ଶ୍ରୀଜିଉଙ୍କ ନୃସିଂହ ଜନ୍ମ ନୀତି, ରଥଖଳାରେ ଗୁଜ ଅନୁକୁଳ ନୀତି ସମ୍ପନ୍ନ

ପୁରୀ: ଶ୍ରୀମନ୍ଦିର ନୀତି ସଂହିତା ଓ ସ୍କନ୍ଦ ପୁରାଣବର୍ଣ୍ଣିତ ଧାର୍ମିକ ପରମ୍ପରା ଅନୁଯାୟୀ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ଶ୍ରୀନୃସିଂହଙ୍କ ଜନ୍ମ ନୀତି । ସମସ୍ତ ରୀତିନୀତି ଅନୁଯାୟୀ ଶନିବାର ପ୍ରଭୁଙ୍କ ଦିନ ଚାପ କ୍ରୀଡ଼ା ପରେ ଆରମ୍ଭ ହୋଇଥାଏ ବଡ଼ ଠାକୁରଙ୍କ ଏହି ନୀତି । ମହାପ୍ରଭୁଙ୍କ ଆଜ୍ଞାମାଳ ଚକ୍ରନାରାୟଣଙ୍କୁ ଲାଗି ହେବା ପରେ ତିନିବାଡ଼ରେ ଅନୁଷ୍ଠିତ ହୁଏ ଠାକୁରଙ୍କ ପଞ୍ଚାମୃତ ସ୍ନାନ । ସର୍ବାଙ୍ଗ ଲାଗି, ନୂଆ ଲୁଗା ଲାଗି ଓ ୬ମୂର୍ତ୍ତି ଅଳଙ୍କାର ଲାଗି ହୋଇଥାନ୍ତି ପ୍ରଭୁ । ସନ୍ଧ୍ୟା ଧୂପ ନୀତି ବଢିବା ପରେ ମହାଜନ ସେବକ ମୁକ୍ତିମଣ୍ଡପ ଖଟୁଲିରେ ବିଜେ ହୋଇଥାନ୍ତି ନୃସିଂହାବତାର ପ୍ରଭୁ । ସେପଟେ ଶ୍ରୀମନ୍ଦିର ପାର୍ଶ୍ବ ନୃସିଂହ ମନ୍ଦିରରେ ପତି ମହାପାତ୍ର ସେବାୟତ ଏବଂ ମଣ୍ଡପରେ ବିଜେ ନୃସିଂହଙ୍କ କରାଯାଏ ସ୍ନାନ ପୂଜା ନୀତି । ଶୀତଳ ଭୋଗ ପଞ୍ଚ ଉପଚାରରେ ପୂଜା ବଢି ବନ୍ଦାପନା ନୀତି ପରେ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ ହୁଅନ୍ତି ମହାପ୍ରଭୁ । ଏହାପରେ ବିମାନବଡ଼ୁ ନୃସିଂହଙ୍କୁ ଶ୍ରୀଜଗନ୍ନାଥ ବଲ୍ଲଭକୁ ବିଜେ କରାନ୍ତି । ଏଠାରେ ଭୋଗ ବନ୍ଦାପନା ଅନ୍ତେ ବାହୁଡ଼ା ବିଜେ କରନ୍ତି ଠାକୁର । ବଡ଼ଦେଉଳରେ ଆଲଟ ସେବା ସହ ସମ୍ପନ୍ନ ହୋଇଥାଏ କାଳିଆ ଠାକୁରଙ୍କ ନୃସିଂହ ଜନ୍ମ ନୀତି ପରମ୍ପରା । ଏହି ଅବସରେ ପୁରୀ ରଥଖଳାରେ ଗୁଜ ଅନୁକୁଳ ନୀତି ସମ୍ପନ୍ନ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com