ଜାତୀୟ

ଆଜି ମୋଦି-ବାଇଡେନ ବୈଠକ, ଭର୍ଚୁଆଲ ମୋଡରେ ହେବ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ() ଆଜି ମୋଦି-ବାଇଡେନ୍‌ ଆଲୋଚନା। ଭର୍ଚୁଆଲରେ ଆଲୋଚନା କରିବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ। ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଏହି ଆଲୋଚନାର ଅଧିକ ଗୁରୁତ୍ୱ ରହୁଛି । ବୈଦେଶିକ ମନ୍ତ୍ରାଳୟର ସୂଚନା ମୁତାବକ, ଦକ୍ଷିଣ ଏସିଆରେ ବର୍ତ୍ତମାନର ସ୍ଥିତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ । ଆଗକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ କିପରି ମଜଭୁତ ହେବ ସେନେଇ ଦ୍ୱିପାକ୍ଷିକ ଆଲୋଚନା ହେବ ।

ଏହାସହ ଇଣ୍ଡୋ ପାସିଫିକ୍‌ ରିଜିଅନ୍‌ ଏବଂ ବିଶ୍ୱର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ମୋଦି-ବାଇଡେନ । ୟୁକ୍ରେନ୍‌-ରୁଷ ଯୁଦ୍ଧ ସଂକଟ ଭିତରେ ରୁଷ୍‌ ଉପରେ କଟକଣା କଠୋର କରୁଛି ଆମେରିକା। କିନ୍ତୁ ରୁଷରୁ ତୈଳ ଆମଦାନୀ ନ କରିବାକୁ ଭାରତ ଉପରେ ଚାପ ପଡୁଛି। ଏହାସହ ଭାରତ ଯୁଦ୍ଧରେ ନିଜର ନିରପେକ୍ଷତା ବଜାୟ ରଖିଛି। ଏଭଳି ସ୍ଥିତିରେ ଜୋ ବାଇଡେନ୍‌ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com