ଓଡ଼ିଶା

କଟକ ରାଣୀହାଟ ମାଳିସାହି ଉନ୍ନୟନ କମିଟି କର୍ମକର୍ତ୍ତା ମାନଙ୍କ ଶପଥ ପାଠ ସମାରୋହ

କଟକ() ମା’ କଟକ ଚଣ୍ଡିଙ୍କ ମନ୍ଦିର ପ୍ରାଙ୍ଗଣରେ କଟକ ରାଣୀହାଟ ମାଳିସାହି ଉନ୍ନୟନ କମିଟି କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ସଭାପତି ସନ୍ତୋଷ ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ବୈଠକରେ ମା’ କଟକ ଚଣ୍ଡିଙ୍କ ନାମରେ ନବ ନିର୍ବାଚିତ କର୍ମକର୍ତ୍ତା ମାନେ ସାହିର ସର୍ବାଙ୍ଗୀନ ବିକାଶ ପାଇଁ ଶପଥ ପାଠ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ରାଉତ, ବରିଷ୍ଟ ମୂରବୀ ବିଜୟ ରାଉତ ଏବଂ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ବାବୁଲି ସ୍ବାଇଁ,ରାମ ଆଚାର୍ଯ୍ୟ, ନକୁଳ ମହାନ୍ତି, ସୁରେନ୍ଦ୍ର ଖୁଣ୍ଟିଆ, ଗୈାତମ ପରିଡ଼ା, ଅଭିରାମ ବେହେରା, ସୁରେଶ ଭଦ୍ର,ମାଧବ ମହାନ୍ତି,ଏସ କେ ସେନାପତି, ପିତବାସ ନାୟକ, ରାମଚନ୍ଦ୍ର ମାଠ, ଏବଂ ମନୋନୀତ କମିଟି ଚନ୍ଦ୍ରକାନ୍ତ ପରିଡ଼ା, ରାଜେଶ ପାଲ, ପରୀକ୍ଷିତ ସ୍ୱାଇଁ,ଏବଂ ଜେ.ବି.ସି କ୍ଳବର ସଭାପତି ଅମର ଖୁଣ୍ଟିଆ ଓ ସମ୍ପାଦକ ଶପଥଗ୍ରହଣ କରିଥିଲେ।

ଏହି ସଭାରେ ଗ୍ରାମର ବରିଷ୍ଠ ମୂରବୀ ମାନେ କାର୍ଯକ୍ରମ ପରିଚାଳନା କରିଥିଲେ। ଶେଷରେ ମାଳିସାହିର ନୂତନ ଯୁବ ସମ୍ପାଦକ ସୁବ୍ରତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com