ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରି ଚାଲିଛି ପୁତିନ ସେନା । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅକ୍ତିଆରକୁ ନେଉଛି ରୁଷ । ସେପେଟେ ୟୁକ୍ରେନ ରାଷ୍ଟ୍ରପତି ମଧ୍ୟ ହାର ମାନିବାକୁ ନାରାଜ । ବରଂ ଏବେ ରୁଷ ମୃତ୍ୟୁର ଧମକ ଦେଇଥିବା ଜଣାଯାଇଛି । ରୁଷ ସହିତ ଆଲୋଚନା ପୂର୍ବର ରାଷ୍ଟ୍ରପତି ଜେଲେନସ୍କି ନିଜ ତେୱର ଦେଖାଇଛନ୍ତି । ରୁଷକୁ ଯଥାଶୀଘ୍ର ସିଜଫାୟାର(ଅସ୍ତ୍ରବିରତୀ) ଘୋଷଣା କରିବା ପାଇଁ ଚେତାବନୀ ଦେଇଛନ୍ତି । ଦେଶଖୁ ସମ୍ବୋଧନ କରିବା ସମୟରେ ଏପରି କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।
![Zelensky urges Ukrainians to resist as Russian forces battle for Kyiv | Financial Times](https://i0.wp.com/www.ft.com/__origami/service/image/v2/images/raw/https%253A%252F%252Fd1e00ek4ebabms.cloudfront.net%252Fproduction%252F80657c62-d1c1-4a22-a730-f61c881bae8b.jpg?w=708&ssl=1)
ସମ୍ବୋଧନରେ ୟୁକ୍ରେନ ରାଷ୍ଟ୍ରପତି ରୁଷକୁ ଦେଇଛନ୍ତି କଡା ଚେତାବନୀ । ଏମିତିକି ନିଜ ଦେଶକୁ ଫେରିଯିବା ପାଇଁ ସେ ରୁଷସେନାକୁ ଚେତାଇ ଦେଇଛନ୍ତି । ନଚେତ ପୁତିନ ସେନାର ମୃତ୍ୟୁ ସୁନିଶ୍ଚିତ ବୋଲି କହିଛନ୍ତି ୟୁକ୍ରେନର ରାଷ୍ଟ୍ରପତି । ୟୁକ୍ରେନର ସମସ୍ତ ନାଗରିକ ଜଣେ ଜଣେ ସୈନିକ ଯିଏ ଶେଷ ପର୍ଯ୍ୟନ୍ତ ରୁଷ ସେନା ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ରହିଛନ୍ତି । କେବଳ ସାଧାରଣ ନାଗରିକ ନୁହେଁ ଦରକାର ପଡିଲେ ଦେଶର ସମସ୍ତ ବନ୍ଦୀ ଏବଂ କଏଦୀମାନଙ୍କୁ ମଧ୍ୟ ସେ ଯୁଦ୍ଧ ପାଇଁ ସଜାଗ କରିବେ ବୋଲି ପ୍ରକାଶ କରିଛନ୍ତି । ଏମାନଙ୍କୁ ରୁଷ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସୁଯୋଗ ଦିଆଯିବ ।
![Armed Forces of Ukraine has formed 33 new military combat units since start of war](https://i0.wp.com/static.ukrinform.com/photos/2019_01/thumb_files/630_360_1546607272-685.jpg?w=708&ssl=1)
ତେବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଏହି ତେୱରରୁ ଜଣାପଡୁଛି, ସେ ରୁଷର ପ୍ରସ୍ତାବରେ ପ୍ରସ୍ତୁତ ନୁହନ୍ତି । ବରଂ ସନ୍ଧି କରିବା ପାଇଁ ରୁଷ ଉପରେ ଚାପ ପକାଉଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ୟୁରୋପୀୟ ୟୁନିଅନର ସଦସ୍ୟତା ପାଇଁ ମଧ୍ୟ ଦାବି କରିଛନ୍ତି । ତେବେ କିଛି ସମୟ ମଧ୍ୟରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା ହେବାକୁ ଯାଉଛି । ଉଭୟ ଦେଶର ପ୍ରତିନିଧିମଣ୍ଡଳଙ୍କୁ ନେଇ ଏହି ଆଲୋଚନା କରାଯିବ । ତେବେ ଆଗାମୀ ୨୪ ଘଣ୍ଟା ଦେଶ ପାଇଁ ଖୁବ ଗୁରୁତ୍ୱ ପୂ?ର୍ଣ୍ଣ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ କହିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ।
Back to top button