ଅନ୍ୟାନ୍ୟ

ପୁନଃ ଅବସ୍ଥାପିତ ହେବେ ହାଇକୋର୍ଟ ବିଚାରପତି ଯୌନ ଉତ୍ପୀଡ଼ନ ଦେଉଥିବା କହି ଚାକିରି ଛାଡ଼ିଥିବା ମହିଳା ଅଧିକାରୀ

ନୂଆଦିଲ୍ଲୀ () ହାଇକୋର୍ଟ ବିଚାରପତି ଯୌନ ଉତ୍ପୀଡ଼ନ ଦେଉଥିବା ଅଭିଯୋଗ କରି ୨୦୧୪ରେ ଚାକିରି ଛାଡ଼ି ଥିବା ଜଣେ ମହିଳା ବିଚାର ବିଭାଗୀୟ ଅଧିକାରିଙ୍କୁ ପୁନଃ ଅବସ୍ଥାପନ କରାଯିବ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି।
୨୦୧୪ରେ ଉକ୍ତ ମହିଳା ଅଧିକାରୀଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା ବୋଲି ଦର୍ଶାଇ ଚାକିରିରେ ପୁନଃ ଅବସ୍ଥାପନ କରିବା ଲାଗି ବିଚାରପତି କହିଛନ୍ତି।
ବିଚାରପତି ଏଲ୍‌. ନାଗେଶ୍ବର ରାଓ ଏବଂ ବି.ଆର୍‌. ଗୱାଇଙ୍କ ଖଣ୍ଡପୀଠ ତାଙ୍କ ଇସ୍ତଫା ପତ୍ର ଗ୍ରହଣ ଆଦେଶକୁ ଅଗ୍ରାହ୍ୟ କରିବା ସହ ତାଙ୍କୁ ମଧ୍ୟପ୍ରଦେଶ ନ୍ୟାୟପାଳିକାରେ ଅତିରିକ୍ତ ଜିଲ୍ଲା ବିଚାରପତି ଭାବେ ପୁନଃ ଅବସ୍ଥାପନ କରିବା ଲାଗି ନିର୍ଦେଶ ଦେଇଛନ୍ତି।
ଆବେଦନ ପତ୍ରରେ ମହିଳାଜଣକ ଉଲ୍ଲେଖ କରିଥିଲେ କି, ୨୦୧୪ ଜୁଲାଇ ୧୫ ତାରିଖରେ ଅତିରିକ୍ତ ଜିଲ୍ଲା ଜଜ୍‌ ପଦବୀରୁ ଇସ୍ତଫା ଦେବା ବେଳେ ସେ ଉଲ୍ଲେଖ କରିଥିଲେ ‘ବିକଳ୍ପ ନ ଥିବା ଅସହ୍ୟ ପରିସ୍ଥିତି’ ଲାଗି ସେ ଇସ୍ତଫା ଦେଉଛନ୍ତି। କିନ୍ତୁ, ୨୦୧୭ ଡିସେମ୍ବର ୧୫ରେ ‘ବିଚାରପତି ତଦନ୍ତ କମିଟି’ ଦେଇଥିବା ରିପୋର୍ଟରେ ଥିବା ଉକ୍ତ ପ୍ରସଙ୍ଗକୁ ହାଇକୋର୍ଟ ଉପେକ୍ଷା କରିଥିଲେ।
ସରବ୍ୟ ହେଉଥିବା ଉତ୍ପୀଡ଼ନ ସଂକ୍ରାନ୍ତରେ ଉଲ୍ଲେଖ କରି ଉକ୍ତ ମହିଳାଜଣକ ୨୦୧୪ ଜୁଲାଇରେ ରାଷ୍ଟ୍ରପତି, ପ୍ରଧାନ ବିଚାରପତି ଏବଂ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ପାଖକୁ ପତ୍ର ଲେଖିଥିଲେ। ପତ୍ରରେ ସେ ଲେଖିଥିଲେ, ଗୋଟାଏ ଆଇଟମ୍‌ ଗୀତର ତାଳେ ତାଳେ ନୃତ୍ୟ କରିବାକୁ ହାଇକୋର୍ଟ ବିଚାରପତି ତାଙ୍କୁ କହିଥିଲେ। ଏହାଛଡ଼ା, ଗୋଟାଏ ଦୂରାନ୍ତର ଅଞ୍ଚଳକୁ ତାଙ୍କୁ ବଦଳି କରିବା ପାଇଁ ହୋଇଥିବା ଆବେଦନକୁ ମଧ୍ୟ ବିଚାରପତିଜଣକ ପ୍ରଭାବିତ କରିଥିଲେ। ପରେ ଗ୍ବାଲିଅର୍‌ରେ ଅତିରିକ୍ତ ଜିଲ୍ଲା ଜଜ୍‌ ଥିବା ବେଳେ ମହିଳାଜଣକ ଚାକିରିରୁ ଇସ୍ତଫା ଦେଇଥିଲେ।
କିନ୍ତୁ, ମହିଳାଙ୍କ ଅଭିଯୋଗର ତଦନ୍ତ କରୁଥିବା ରାଜ୍ୟସଭାଦ୍ବାରା ନିଯୁକ୍ତ କମିଟି ଗତବର୍ଷ ଡିସେମ୍ବର ମାସରେ ଉକ୍ତ ହାଇକୋର୍ଟ ବିଚାରପତିଙ୍କୁ ‘କ୍ଲିନ୍‌ ଚିଟ୍‌’ ଦେଇଥିଲେ। ତଦନ୍ତ କମିଟି ଅଭିଯୋଗର କୌଣସି ଆଧାର ପାଇ ନ ଥିଲେ ବୋଲି ଦର୍ଶାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com