ଜାତୀୟଶିକ୍ଷା

ରେଲୱେ ପାଇଁ ବିଜ୍ଞପ୍ତି: ବିନା ପରୀକ୍ଷାରେ ଭର୍ତ୍ତି ହେବା ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ ପୂର୍ବତଟ ରେଲୱେରେ ଅପ୍ରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ରେଲୱେର ଅଫିସିଆଲ ୱେବସାଇଟ କ୍ସକ୍ସମଭଭମ.କ୍ଟକ୍ସଶ.ସଦ୍ଭ ମାଧ୍ୟମରେ ଆବେଦନ କରି ପାରିବେ । ତେବେ ଆବେଦନ ପାଇଁ ପ୍ରାର୍ଥୀମାନଙ୍କ ପାଖରେ ୭ ମାର୍ଚ୍ଚ ପର୍ଯ୍ୟନ୍ତ ସମୟସୀମା ରହିଛି । ଏହି ସମୟ ମଧ୍ୟରେ ଦଶମ ପାସ ପ୍ରାର୍ଥୀମାନେ ମଧ୍ୟ ରେଲୱେ ପାଇଁ ଆବେଦନ କରିପାରିବେ । ତେବେ ମୋଟ ୭୫୬ ପଦ ପାଇଁ ବଜ୍ଞପ୍ତି ଜାରି କରିଛି ରେଲୱେ ।
କେବଳ ଦଶମ ପାସ ନୁହେଁ, ଆଇଟିଆଇ ଛାତ୍ର ମଧ୍ୟ ଏହି ପଦ ପାଇଁ ଆବେଦନ କରିପାରିବେ । ତେବେ ଅପ୍ରେଣ୍ଟିସ ପଦ ପାଇଁ ପ୍ରାର୍ଥୀମାନଙ୍କ ବୟସସୀମା ୧୫ରୁ ୨୪ ବର୍ଷ ଧାର୍ଯ୍ୟ କରାଯାଇଛି । ଦଶମ ଏବଂ ଆଇଟିଆଇ ଫଳାଫଳ ଦ୍ୱାରା ନିର୍ମିତ ମେରିଟ ଲିଷ୍ଟ ମାଧ୍ୟମରେ ଏହି ପ୍ରାର୍ଥୀମାନଙ୍କ ଚୟନ କରାଯିବ । ଆବେଦନ ସମୟରେ ପ୍ରାର୍ଥୀମାନଙ୍କୁ ୧୦୦ ଟଙ୍କା ଦେୟ ଦେବାକୁ ପଡିବ ।

Related Articles

Back to top button
WP Twitter Auto Publish Powered By : XYZScripts.com