56ନଂ ୱାର୍ଡ ପ୍ରାର୍ଥୀ ଭାବେ କଂଗ୍ରେସ ଦଳର ଇଂ ଶ୍ୱେତା ମହାନ୍ତି

କଟକ() କଟକ ମହାନଗର ନିଗମ 56ନଂ ୱାର୍ଡରୁ କଂଗ୍ରେସ ଦଳ ପାଇଁ ଇଂ ଶ୍ୱେତା ମହାନ୍ତିଙ୍କୁ ଦଳ ପକ୍ଷରୁ ପାର୍ଥିନି କରାଯାଇଛି। ଏକ ସାକ୍ଷାତ କାରରେ ଶ୍ୱେତା ମହାନ୍ତି କହିଛନ୍ତି,ସାହିରେ ଅନେକ ସମସ୍ୟା ଅଛି । ଡ୍ରେନେଜ଼ ସମସ୍ୟା, ସ୍ୱାସ୍ତ୍ୟ ସମସ୍ୟା ନୂତନ ଡାକ୍ତର ଖାନା, ସ୍ମଶାନ ପ୍ରତି ଧ୍ୟାନ ଦେବେ l ରାସ୍ତା ଘାଟ ଠାରୁ ଆରମ୍ଭ କରି ବିଜୁଳି ସମସ୍ୟା ପିଇବା ପାଣି ସମସ୍ୟା ଏହି ସବୁ କାମକୁ ଅଗ୍ରାଧିକ ଦେବେ।
ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବ ତାହା ଏକ ମୁଖ୍ୟ ପ୍ରଶ୍ନ ,ଏହି ସବୁ କାମ କିପରି ସୁରୁଖୁରରେ ହେବ ତାହାକୁ ତଦାରଖ କରିବେ। ଏହି ଅଂଚଳର ବୋହୁ ହୋଇଥିବାରୁ ଲୋକମାନେ ତାଙ୍କୁ ଏକ ସୁଯୋଗ ଦେଇଛନ୍ତି ଏହି ୱାର୍ଡର ଭଲ କାର୍ଯ୍ୟ କରିବା ପାଇଁ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଲା ଇଂଜିନିୟରିଂ।
ରାଜନୀତିରେ ତାଙ୍କୁ ଆସିବା ପାଇଁ ତାଙ୍କ ସ୍ୱାମୀଙ୍କ ଠାରୁ ପ୍ରେରଣା ପାଇ ପ୍ରଥମଥର ପାଇଁ ରାଜନୀତି ମଇଦାନକୁ ଓଲାହିଛନ୍ତି। ତାଙ୍କର ଆଶା ଅଛି ନିଶ୍ଚୟ ବିଜୟ ହେବେ।ଏହି ୱାର୍ଡର ବରିଷ୍ଠ ଲୋକମାନେ ଆଶା କରିଛନ୍ତି ବହୁତ ସମସ୍ୟା ଅଛି ଯାହାକୁ କଂଗ୍ରେସ ଦଳର କେର୍ପୋରେଟର ଶ୍ୱେତା ମହାନ୍ତି ଜିତିଲେ ନିଶ୍ଚୟ ସବୁ ସମସ୍ୟା ପୂରଣ ହେବ ଦୀର୍ଘ 21 ବର୍ଷ ଶାସନରେ ଏହି ୱାର୍ଡରେ କିଛି ଉନ୍ନତି କରଣ କାର୍ଯ୍ୟ ହୋଇନାହିଁ। ଏଥର ପରିବର୍ତ୍ତନ ଦରକାର ବୋଲି ଆଶା ରଖିଛନ୍ତି।