ଜାତୀୟବାଣିଜ୍ୟ

LPG ଦାମରେ ବଡ ପରିବର୍ତ୍ତନ: ଦେଶବ୍ୟାପୀ ଲାଗୁହେଲା ନୂଆ ଦର

ନୂଆଦିଲ୍ଲୀ : ଜାନୁଆରୀ ଆରମ୍ଭରୁ ସରକାରୀ ତୈଳ କମ୍ପାନୀ ଗ୍ୟାସ ସିଲିଣ୍ଡରର ଦାମ ୧୦୨.୫୦ କମାଇଥିଲେ । ଯେଉଁଥିପାଇଁ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ପାଇଥିଲା । ଏଠାରେ କହିରଖୁଛୁ ଯେ, ଏଲପିଜି ଦାମ ପ୍ରତି ମାସରେ ରିଭାଇଜ ହୋଇଥାଏ । ଆସନ୍ତୁ ଜାଣିବା ଦିଲ୍ଲୀ, ମୁମ୍ୱାଇ ସମେତ ବିଭିନ୍ନ ସହରର ରୋଷେଇ ଗ୍ୟାସ୍ ଦର ।

ଜାନୁୟାରୀରୁ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦାମ ୧୯୯୮. ଟଙ୍କା ୫୦ ପଇସା ଥିଲା । ଯେତେବେଳେ କି ମୁମ୍ୱାଇରେ ୧୯୪୮ଟଙ୍କା ୫୦ ପଇସା ଥିଲା । ଅଣ ସବସିଡିଯୁକ୍ତ ୧୪.୨କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୂଲ୍ୟ : ଦିଲ୍ଲୀରେ ୮୯୯ ଟଙ୍କା ୫୦ ପଇସା ଥିବାବେଳେ ବିହାରରେ ୯୭୯ଟଙ୍କା ୫୦ ପଇସା ରହିଛି । ସେହିଭଳି ମୁମ୍ୱାଇରେ ୮୯୯ଟଙ୍କା ୫୦ ପଇସା ଥିବାବେଳେ ମଧ୍ୟପ୍ରଦେଶରେ ୯୦୫ ଟଙ୍କା ୫୦ ପଇସା ରହିଛି ।

ରାଜସ୍ଥାନରେ ୯୦୩ ଟଙ୍କା ୫୦ ପଇସା ଥିବାବେଳେ ପଞ୍ଜାବରେ ୯୩୩ ଟଙ୍କା ରହିଛି । ଉତ୍ତର ପ୍ରଦେଶରେ ୮୯୭ ଟଙ୍କା ୫୦ ପଇସା ଥିବାବେଳେ ଉତ୍ତରାଖଣ୍ଡରେ ୯୧୮ଟଙ୍କା ୫୦ ପଇସା ଝାଡଖଣ୍ଡରେ ୯୫୭ ଟଙ୍କା ରହିଛି । ସେହିଭଳି ଛତିଶଗଡରେ ୮୭୧ ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର ।

ଯଦି ଆପଣ ନିଜ ସହରରେ ଗ୍ୟାସ୍ ସିଲିଣ୍ଡରର ସର୍ବଶେଷ ହାର ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସରକାରୀ ତୈଳ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ । ଆପଣ ଏହି ଲିଙ୍କ୍ ଉପରେ କ୍ଲିକ୍ କରି ସର୍ବଶେଷ ହାର ଯାଞ୍ଚ କରିପାରିବେ https://iocl.com/Products/IndaneGas.aspx ।

Related Articles

Back to top button
WP Twitter Auto Publish Powered By : XYZScripts.com