ଅନ୍ୟାନ୍ୟ

ଉନ୍ନତି ନାମରେ ଧଉଳି ପାହାଡ଼ ଉପରେ ପ୍ରାକୃତିକ ପରିବେଶକୁ ନଷ୍ଟ କରାଯାଉଛି

ଧଉଳି, ୧୩ /୧୦/୨୦୨୨-  ଧଉଳିରେ ପର୍ଯ୍ୟଟକମାନେ ଗରମ ଦାଉରୁ ରକ୍ଷା ପାଇବା ଲାଗି ଗଛ ଛାଇରେ ଥକା ମେଣ୍ଟାଉଛନ୍ତି । ଯଦି ଉନ୍ନତି ନାମରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପୁରୁଣା ବିଶାଳକାୟ ଗଛଗୁଡ଼ିକୁ  କଟାଯାଉଛି । ଖୋଲା ଆକାଶ ତଳେ ଶାନ୍ତି ସ୍ତୂପ ଉପର ପାହାଚ ମାର୍ବଲ ଏବଂ ଏହାର ସମୁଖ ଭାଗ ଗ୍ରାନାଇଟ୍ ଦ୍ବାରା ଆଛାଦିତ କରାଯାଇଛି ।  ଯାହାଦ୍ୱାରା ବର୍ଷା ହେଲେ ଗୋଡ଼ ଖସିବାର ସମ୍ଭାବନା ଏବଂ ୪୦°ରୁ ଅଧିକ ପ୍ରଚଣ୍ଡ ଖରାରେ ଖାଲି ପାଦରେ ଚାଲିବା ପର୍ଯ୍ୟଟକମାନଙ୍କ ପାଇଁ କେତେ ଯେ ଯନ୍ତ୍ରଣା ଦାୟକ  ତାହା ଏବେଠାରୁ ଅନୁମେୟ ।

ଶ୍ରୀ ଶ୍ରୀ ଧବଳେଶ୍ଵର ମନ୍ଦିରରେ କିଛି ବର୍ଷ ପୂର୍ବେ ଏହିପରି ମାର୍ବଲ ବିଛା ଯାଇଥିଲା କିନ୍ତୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନେ ଖାଲିପାଦରେ ଚାଲିବା ଏତେ କଷ୍ଟ ହୋଇପଡିଲା ଯେ,  ବିଭାଗ ମାର୍ବଲ ଉଠାଇ ଦେଇ ସେହି ସ୍ଥାନରେ ପାଦକୁ ଥଣ୍ଡା ଲାଗୁଥିବା କନ୍ଦା ପଥର ପୁନର୍ବାର ବିଛାଇଥିଲେ । ଏପରି ହେବା ଦ୍ବାରା ଏବେ ପର୍ଯ୍ୟଟକମାନେ ସୁବିଧାରେ ଚଲାବୁଲା କରିପାରୁଛନ୍ତି । ଏହାସହିତ ଶାନ୍ତି ସ୍ତୂପ ସମୁଖ ଭାଗର ଥିବା ବୁଦ୍ଧଦେବଙ୍କ ଅତି ପ୍ରିୟ ଅଶ୍ଵୋସ୍ତ ଗଛ ଗୁଡ଼ିକୁ ଏଭଳି ଭାବରେ କଟା ଯାଇଛି ଯେ ପର୍ଯ୍ୟଟକମାନେ ଥକା ମେଣ୍ଟାଇବା ପାଇଁ ସୁବିଧା ଆଉ ପାଇବେ ନାହିଁ ।
ଗଛ ଗୁଡ଼ିକ ରହି କଣ ବିକାଶ ବା ଉନ୍ନତି କରଣ ହୋଇପାରିବନି ? ଗଛ କଟାକୁ ସ୍ଥାନୀୟ ଜନସାଧାରଣ ବ୍ୟବସାୟୀ ଓ ପର୍ଯ୍ୟଟନ ମାନେ ବାରଣ କରିବା ପରେ କିଛି ଗଛ ବର୍ତ୍ତି ଯାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com