ଅନ୍ତର୍ଜାତୀୟଜାତୀୟ

ହନୁମାନ ଚାଳିଶା ପାଠ ମାମଲା; ଗିରଫ ରାଣା ଦମ୍ପତିଙ୍କୁ ମେ ୬ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

ମୁମ୍ବାଇ() ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଘର ସାମ୍ନାରେ ହନୁମାନ ଚାଳିସା ପାଠ କରିବାକୁ ଚେତାବନୀ ଦେଇ ଗିରଫ ହୋଇଛନ୍ତି ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ବିଧାୟକ ରବି ରାଣା। ଆଜି ଏହି ଦୁଇଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ମୁମ୍ବାଇ କୋର୍ଟ। ମେ ୬ ତାରିଖ ପର୍ଯ୍ୟନ୍ତ ନେତା ଦମ୍ପତିଙ୍କୁ କଷ୍ଟୁଡିଆଲ୍ ରିମାଣ୍ଡରେ ପଠାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଘର ସାମ୍ନାର ହନୁମାନ ଚାଳିଶା ପାଠ କରିବାକୁ ଧମକ ଦେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ସୃଷ୍ଟି କରିବା ଅଭିଯୋଗରେ ଗତକାଲି ସନ୍ଧ୍ୟରେ ନେତା ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ଆଜି ଏହି ମାମଲାରେ ଶୁଣାଣି କରି ମୁମ୍ବାଇ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ବାନ୍ଦ୍ରା କୋର୍ଟ ମୁମ୍ବାଇ ପୁଲିସର କଷ୍ଟୁଡି ନେବାକୁ ଆବେଦନକୁ ଖାରଜ କରିଛନ୍ତି। ରାଣା ଦମ୍ପତିଙ୍କର ବେଲ୍ ଆବେଦନ ଏପ୍ରିଲ ୨୯ ତାରିଖରେ ଶୁଣାଣି ହେବ। ଦୁଇ ଦମ୍ପିତିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com