ଓଡ଼ିଶା

ଗଛରେ ପିଟି ହେଲା କାର୍‌: ୬ ମୃତ, ୩ ଗୁରୁତର

ନୂଆପଡ଼ା() ମହାଶିବ ରାତ୍ରିରେ ନୂଆପଡା ଜିଲ୍ଲାରେ ବଡ ସଡକ ଦୁର୍ଘଟଣା। ପଦ୍ମପୁର ଅନ୍ତର୍ଗତ ସ୍ଥାନୀୟ ମହାମାୟା କଲେଜ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଗଛରେ ଅଲଟୋ କାର ପିଟିହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତରଙ୍କୁ ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତେ ଛତିଶଗଡ଼ର ବୋଲି ଜଣା ପଡିଛି।

ଏହା ପୂର୍ବରୁ ସୋମବାର ବିଳମ୍ବିତ ରାତ୍ରିରେ  ଅନୁଗୁଳ ପାଲଲହଡ଼ା କଣ୍ଟିଆପଶି ବାଇପାସ ଛକ ନିକଟରେ ମମର୍ନ୍ତୁଦ ସଡକ ଦୁର୍ଘଟଣାରେ ମଧ୍ୟ ୫ ଜଣଙ୍କ ପ୍ରାଣହାନୀ ଘଟିଛି। କଣ୍ଟିଆପଶି ବାଇପାସ ଛକ ନିକଟରେ ଛିଡା ହାେଇଥିବା ଟ୍ରକକୁ ଏକ କାର୍‌ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଇଞ୍ଜିଡି ଗାଁର ବୋଲି ଜଣାପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com