କ୍ରୀଡ଼ା

ଆଜି WPLର ଫାଇନାଲ ମ୍ୟାଚ୍

ମୁମ୍ବାଇ, ୨୬/୦୩/୨୦୨୩ –     ଆଜି ମହିଳା ପ୍ରିମିୟର ଲିଗ – WPL ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ୍ । ମୁହାଁମୁହିଁ ହେବେ ହରମନପ୍ରୀତ କୌରଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ମେଗ୍‌‌ ଲାନିଂଙ୍କ ନେତୃତ୍ୱାଧୀନ ଦିଲ୍ଳୀ କ୍ୟାପିଟାଲ୍ସ ।  ଲିଗ୍ ପର୍ଯ୍ୟାୟରେ ୮ଟି ମ୍ୟାଚରୁ ୬ଟିରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ସହ ସିଧାସଳଖ ଫାଇନାଲରେ ପହଞ୍ଚିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଏଲିମିନେଟର ମ୍ୟାଚରେ ୟୁପି ଓ୍ୱାରିୟର୍ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ମୁମ୍ବାଇ ।

ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ସନ୍ଧ୍ୟା ସାଢେ ୭ଟାରେ ଏହି ମ୍ୟାଚ ଖେଳାଯିବ । ସବୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଉଭୟ ଦଳ ଟାଇଟଲ ବିଜୟ ପାଇଁ ସମାନ ଭାବେ ଦାବିଦାର ଅଛନ୍ତି । କାରଣ ବ୍ରାବର୍ଣ୍ଣ ଷ୍ଟାଡିୟମରେ ମୁମ୍ବାଇ ୩ଟି ମ୍ୟାଚ୍ ଖେଳି ୩ଟିରେ ବିଜୟ ଲାଭ କରିଛି । ସେହିପରି ଏହି ଷ୍ଟାଡିୟମରେ ଦିଲ୍ଲୀ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ଓ ଗୋଟିଏ ମ୍ୟାଚରେ ପରାଜୟ ବରଣ କରିଛି ।

ମୁମ୍ବାଇ ଇଣ୍ଡିଆନ୍ସ – ହରମନପ୍ରୀତ କୌର (ଅଧିନାୟିକା), ନାତାଲି ସ୍କିଭର- ବ୍ରଣ୍ଟ, ପୂଜା ବସ୍ତ୍ରକାର, ୟସ୍ତିକା ଭାଟିଆ, ଆମେଲିଆ କେର, ହିଥର ଗ୍ରାହମ, ୟଙ୍ଗ, ଅମନଜୋତ କୌର, ସାଇକା ଇସାକ, ଧାରା ଗୁଜର,  ହିଲି ମାଥ୍ୟୁସ୍‌‌, ଚ୍ଲୋଏ ଟ୍ରାଇଅନ, କୋମଲ ଜାନଜାଦ, ହୁମାଇରା କାଜି, ପ୍ରିୟଙ୍କା ବାଲା, ସୋନମ ଯାଦବ, ନୀଲମ ବିଷ୍ଟ ଓ ଜିନ୍ତାମାନୀ କାଲିଟା ।

ଦିଲ୍ଲୀ କ୍ୟାପିଟାଲ୍ସ – ମେଗ୍‌‌ ଲାନିଂ (ଅଧିନାୟିକା), ଶେଫାଳୀ ବର୍ମା, ଜେମିମା ରୋଡ୍ରିଗ୍ୱେଜ, ଆଲିସ କାପ୍‌‌ସେ, ଶିଖା ପାଣ୍ଡେ, ରାଧା ଯାଦବ, ମାରିଜନେ କାପ୍‌‌, ତିତାସ ସାଧୁ, ଲଉରା ହାରିସ, ଜସିଆ ଅଖତାର, ମିନୁ ମାନି, ତାରା ନୋରିସ, ପୁନମ ଯାଦବ, ତାନିଆ ଭାଟିଆ, ଜେସ ଜୋନାସେନ, ସ୍ନେହା ଦିପ୍ତୀ, ଅପର୍ଣ୍ଣା ମଣ୍ଡଳ, ଅରୁନ୍ଧତି ରେଡ୍ଡୀ ।

Related Articles

Back to top button