ଓଡ଼ିଶା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆଉ ଶୁଣାଣିର ଆବଶ୍ୟକତା ନାହିଁ: ହାଇକୋର୍ଟ

କଟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଲାଗି ରହିଥିବା ସମସ୍ତ ବିବାଦର ଅନ୍ତ ଘଟିଛି । ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ସମସ୍ତ ମାମଲା ଉପରେ ବୁଧବାର ପୂର୍ଣ୍ଣଛେଦ ଟାଣିଛନ୍ତି ହାଇକୋର୍ଟ । ଦାୟର ଜନସ୍ବାର୍ଥ ମାମଲା ସହ ଅନ୍ୟ ସମସ୍ତ ଇଣ୍ଟରଭେନିଂ ପିଟିସନ ଗୁଡ଼ିକୁ ହାଇକୋର୍ଟ ଖାରଜ କରିଛନ୍ତି । ପୂର୍ବରୁ ଏ ସଂକ୍ରାନ୍ତୀୟ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିସାରିଥିଲେ । ସୁପ୍ରିମକୋର୍ଟଙ୍କ ଉକ୍ତ ନିର୍ଦ୍ଦେଶକୁ ଆଧାର କରି ହାଇକୋର୍ଟ ମଧ୍ୟ ଏହା କହିଛନ୍ତି ଯେ, ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ଆବେଦନକୁ ଜନସ୍ବାର୍ଥ ମାମଲା କୁହାଯାଇ ପାରିବନାହିଁ । ତେଣୁ ମୂଳ ମାମଲା ସହିତ ଅନ୍ୟ ସମସ୍ତ ବିଚାରାଧୀନ ମାମଲାଗୁଡ଼ିକୁ ହାଇକୋର୍ଟ ଖାରଜ କରିଛନ୍ତି । ଯେହେତୁ ପୂର୍ବରୁ ସୁପ୍ରିମକୋର୍ଟ ମାମଲାକୁ ରଦ୍ଦ କରିସାରିଛନ୍ତି, ତେଣୁ ଆଉ ଶୁଣାଣି କରିବାର ଆବଶ୍ୟକତା ନାହିଁ ବୋଲି ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ପୁରୀ ବାସିନ୍ଦା ଦିଲ୍ଲୀପ ବରାଳ ପ୍ରଥମେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ପରେ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ମଧ୍ୟ ଏକାଧିକ ଆବେଦନ ହୋଇଥିଲା । ତେବେ ମାମଲାଗୁଡ଼ିକ ହାଇକୋର୍ଟରେ ବିଚାରାଧୀନ ଥିବା ଅବସ୍ଥାରେ ସମାନ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଆଉ ଦୁଇଟି ମାମଲା ଦାୟର ହୋଇଥିଲା । ଯାହାକୁ ନିକଟରେ ସୁପ୍ରିମକୋର୍ଟ ଖାରଜ କରିଥିଲେ । ତେଣୁ ଦାୟର ମାମଲା ଗୁଡ଼ିକ ଉପରେ ଆଉ ଶୁଣାଣିର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିବା ସହ ସମସ୍ତ ପିଟିସନକୁ ଖାରଜ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com