ଓଡ଼ିଶା

କୁକୁର ଛୁଆକୁ ବଳୀ ଦେଇ ରକ୍ତ ପିଇଦେଲେ ୫ ଜଣ ଛୋଟ ପିଲା

ବଲାଙ୍ଗୀର() ମା ବାପାଙ୍କ ସହ ପାଟଖଣ୍ଡା ଯାତ୍ରାକୁ ଯାଇ ଦେଖିଥିଲେ ବଳୀ । ଆଉ ତାହାକୁ ଦେଖି ଏବେ ନିଜେ ବଳୀ ଦେଲେ ୫ଜଣ ଛୋଟ ପିଲା। ଏଭଳି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ବରକାନି ପଞ୍ଚାୟତର ପଣ୍ଡରାପିଟା ଗାଁରେ ଦେଖିବାକୁ ମିଳିଛି । ଗତ କିଛିଦିନ ତଳେ ଗାଁର କିଛି ଶିଶୁ ଏକ କୁକୁର ଛୁଆକୁ ନେଇ ଗାଁ ପାଖରେ ଥିବା ଏକ ଖଳାରେ କାଟି ତାହାର ରକ୍ତ ପିଇଥିଲେ।

ଏନେଇ ଛୋଟ ପିଲାଙ୍କର ଘର ଲୋକ ଖବର ଜାଣିବା ପରେ ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା । ତେବେ ଘଟଣା ଦିନ ଗାଁର ୫ ଜଣ ଶିଶୁ ପାଖରେ ଥିବା ଗୋଟିଏ ଖଳାରେ ଯେଉଁ ଭଳି ଭାବରେ ପାଟଖଣ୍ଟା ଯାତ୍ରାରେ ଦେବୀଙ୍କୁ ପୂଜା କରାଯାଇଥାଏ ସେହି ପରି ଏକ କପଡାରେ ଚାନ୍ଦୁଆ ଭଳି ଲାଗାଇବା ସହ ସେଠାରେ ଥିବା ଏକ ପଥରକୁ ପୂଜା କରିଥିଲେ। ଟିଣ ଡବା ଧରି ବାଜା ମଧ୍ୟ ବଜାଇଥିଲେ ଓ ଶେଷରେ କୁକୁର ଛୁଆକୁ ବଳୀ ଦେବା ଭଳି କାଟିଥିଲେ। ତାହାର ରକ୍ତ ଯେଉଁଭଳି ଭାବେ ମଣିଷ ଦେହରେ ଦେବତା ବିରାଜମାନ ପରେ ରକ୍ତ ପିଇଥାନ୍ତି ସେହି ଭଳି ସେମାନେ ରକ୍ତ ପିଇଥିଲେ। ଯାହା ଜାଣିବା ପରେ ସମଗ୍ର ଜିଲ୍ଲାରେ ଏହାକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି। ଏନେଇ ଛୋଟ ପିଲାଙ୍କ ପରିବାର ଲୋକ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। କିନ୍ତୁ ଗାଁ ଲୋକ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ପିଲାମାନଙ୍କ ଦେହ ସୁସ୍ଥ ଥିବା ସହ ସେମାନଙ୍କୁ ଚିକିତ୍ସା କରାଯାଉଥିବା କହିଛନ୍ତି ଗ୍ରାମବାସୀ।

Related Articles

Back to top button
WP Twitter Auto Publish Powered By : XYZScripts.com