ଓଡ଼ିଶା

ତ୍ରିରଙ୍ଗା ପତାକା ପାଇଁ ପ୍ରତି ରେଳ କର୍ମଚାରୀଙ୍କ ଆକାଉଣ୍ଟରୁ ୩୮ ଟଙ୍କା ଲେଖାଏଁ କଟାଯିବ

ନୂଆଦିଲ୍ଲୀ, ୦୭/୦୮/୨୦୨୨-  ରେଳ ବିଭାଗ ପକ୍ଷରୁ ପ୍ରତି କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୮ ଟଙ୍କା ଲେଖାଏଁ କଟାଯିବ । ଭାରତୀୟ ରେଳ ବିଭାଗର ନିଷ୍ପତ୍ତି ମୁତାବକ ଦେଶର ସମସ୍ତ ରେଳ କର୍ମଚାରୀଙ୍କୁ ବିଭାଗ ପକ୍ଷରୁ ଦିଆଯିବାକୁ ଥିବା ତ୍ରିରଙ୍ଗା ପତାକା ବାବଦରେ ଏହି ଅର୍ଥ କଟିବ ବୋଲି ଜଣାପଡିଛି । ରେଳ ବିଭାଗ ପକ୍ଷରୁ ସେମାନଙ୍କୁ ଘରେ ଉଡାଇବା ପାଇଁ ଏକ ତ୍ରିରଙ୍ଗା ପତାକା ପ୍ରଦାନ କରାଯିବ । ସାରା ଦେଶରେ ଏବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍ସବ ପାଳନ କରାଯାଉଛି । ଏହି କ୍ରମରେ କେନ୍ଦ୍ର ସରକାର ‘ହର୍ ଘର ତ୍ରିରଙ୍ଗା’ ନାମରେ ଏକ ଅଭିଯାନ ଚଳାଇଛନ୍ତି । ଯେଉଁଥି ପାଇଁ ଏପରି କରାଯାଇଛି ।

ଏକ ନିର୍ଦ୍ଦିଷ୍ଟ କମ୍ପାନୀ ରେଳ ବିଭାଗକୁ ତାଙ୍କ ଦ୍ୱାରା ପ୍ରସ୍ତୁତ ଜାତୀୟ ପତାକା ପ୍ରଦାନ କରାଯିବ । ଏହି ପତାକାର ଦାମ ୩୮ ଟଙ୍କା ରଖାଯାଇଛି । ଏହାକୁ ରେଳ କର୍ମଚାରୀମାନେ ନଗଦ ଟଙ୍କା ଦେଇ କିଣିପାରିବେ ନାହିଁ । ଏହି ଟଙ୍କା ସେମାନଙ୍କ ଦରମାରୁ କଟାଯିବ ବୋଲି କୁହାଯାଇଛି । ସେପଟେ ରେଳ ବିଭାଗର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ଉତ୍ତର କେନ୍ଦ୍ରୀୟ ରେଳ କର୍ମଚାରୀ ସଂଘ ।

ସଂଘର କହିବା ଅନୁଯାୟୀ, ସରକାର ଏହି ଅର୍ଥ କର୍ମଚାରୀ ଲାଭ କୋଷରୁ ନେଇ ପତାକା କିଣିବା କଥା । ହେଲେ ସରକାର କର୍ମଚାରୀଙ୍କ ଦରମାରୁ ଏହି ଟଙ୍କା କାଟିବା ଠିକ୍ ନୁହେଁ । ସବୁଠାରୁ ବଡକଥା କି ରେଳ କର୍ମଚାରୀଙ୍କୁ ବିଭାଗ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ପତାକା ବିଜେପି କାର୍ଯ୍ୟାଳୟ ପାଇଁ ଦଳ ୨୦ ଟଙ୍କାରେ କିଣୁଛି । ଏହାସହ ଡାକଘର ଏହି ପତାକାକୁ ୨୫ ଟଙ୍କାରେ କିଣୁଛି । ହେଲେ ରେଳ କର୍ମଚାରୀଙ୍କ ଠାରୁ ୩୮ ଟଙ୍କା ଲେଖାଏଁ ଆଦାୟ କରାଯାଉଛି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com