ବାଣିଜ୍ୟ

 ଓଡ଼ିଶାରେ ନିବେଶ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ କରିବେ ରୋଡ୍‌ ସୋ

ଭୁବନେଶ୍ୱର, ୧୦/୦୮/୨୦୨୨-   ଓଡ଼ିଶାରେ ନିବେଶ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ କରିବେ ରୋଡ୍‌ ସୋ’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଶିଳ୍ପ ମନ୍ତ୍ରୀ, ଶିଳ୍ପ ସଚିବ, ପିପି ଇଣ୍ଡିଆ ସଦସ୍ୟ ରହିବେ । ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ।

ଓଡ଼ିଶାକୁ କିଭଳି ସର୍ବାଧିକ ନିବେଶ ଆସିବ, ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ରାଜ୍ୟର ରାଜଧାନୀରେ ପ୍ରଥମ ରୋଡ ସୋ’ ହେବାକୁ ଯାଉଛି । ସେଠାକାର ଚାମ୍ବର୍ସ ଅଫ କମର୍ସ ସହ ବିଭିନ୍ନ ଶିଳ୍ପପତିଙ୍କ ସହ  ୱାନଟୁ ୱାନ୍ ଆଲୋଚନା ହେବ । ଓଡ଼ିଶା ପୁଞ୍ଜି ନିବେଶ ପାଇଁ ଉତ୍କୃଷ୍ଟ ସ୍ଥାନ ବୋଲି ଶିଳ୍ପପତିଙ୍କୁ ବୁଝାଇବା ସହ ସରକାର ଶିଳ୍ପପତିଙ୍କୁ ଯେଉଁ ସୁବିଧା ଯୋଗାଇବେ ତାହା ଅବଗତ କରାଯିବ । ଏନେଇ ମନ୍ତ୍ରୀଙ୍କ ନେତୃତ୍ବରେ ଜୁଲାଇ ୧୮ରେ ଗୁଜରାଟ ଅମହମ୍ମଦାବାଦ କାର୍ଯ୍ୟକ୍ରମରେ ୨୨ ଜଣ ଶିଳ୍ପପତିଙ୍କ ସହ ୱାନଟୁ ୱାନ୍ ଆଲୋଚନା ହୋଇଥିଲା । ସରକାର ଜମି, ପାଣି, ବିଦ୍ୟୁତ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିବାବେଳେ ଗୁଜରାଟରୁ ଅଧିକ ପୁଞ୍ଜିପତି ନିବେଶ କରିବେ ବୋଲି ଆଶା ଥିବା କହିଛନ୍ତି ଶିଳ୍ପ ମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com