ନୂଆଦିଲ୍ଲୀ: ଚାକିରି କରୁଥିବା ଲୋକଙ୍କର ପ୍ରତ୍ୟେକ ମାସର ଦରମାରୁ କିଛି ଭାଗ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ)ରେ ଜମା ହୋଇଥାଏ । ଏଥିସହ ମାଲିକଙ୍କ ପକ୍ଷରୁ ମଧ୍ୟ କିଛି ଫଣ୍ଡ ସେଥିରେ ଜମା ହୋଇଥାଏ । ସାଧାରଣ ଭାବେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ନିବେଶ ପାଇଁ ଏକ ଶାନଦାର ମାଧ୍ୟମ ହୋଇଥାଏ । ଅବସରକାଳୀନ ବେନିଫିଟ ପାଇଁ ଇପିଏଫ ଏକ ଭଲ ଅପ୍ସନ ଅଟେ । ତେବେ ଯେଉଁମାନେ ଚାକିରି କରନ୍ତି ନାହିଁ, ସେମାନଙ୍କ ପାଇଁ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ରହିଥାଏ । ତେବେ ପ୍ରକୃତରେ ଇପିଏଫ ଓ ପିପିଏଫରେ ନିବେଶ କରିବା ଉଚିତ ନା ନାହିଁ, ସେନେଇ ଅନେକଙ୍କ ମନରେ କିଛି ପ୍ରଶ୍ନ ଉଠିବା ସ୍ୱାଭାବିକ ।
ବର୍ତ୍ତମାନ ସମୟରେ ଇପିଏଫରେ ୮.୫ ପ୍ରତିଶତ ଓ ପିପିଏଫରେ ୭.୧୦ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି । ଦୁଇଟିଯାକ ଇନଭେଷ୍ଟମେଣ୍ଟ ସ୍କିମ ମାଧ୍ୟମରେ ଟ୍ୟାକ୍ସ ଫ୍ରି ବେନିଫିଟ ମିଳିଥାଏ । ତେବେ ବାସ୍ତବରେ ରିଟାୟାରମେଣ୍ଟ ଓ ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟ ପାଇଁ ଇପିଏଫ ଓ ପିପିଏଫ ଦୁଇଟି ଉତ୍ତମ ନିବେଶ ସ୍କିମ୍ ଅଟେ ।
ଇପିଏଫରେ ୨.୫ ଲକ୍ଷ ପର୍ଯ୍ୟନ୍ତ ନିବେଶ କ୍ଷେତ୍ରରେ ସମ୍ପୂର୍ଣ୍ଣ ଟ୍ୟାକ୍ସ ଫ୍ରି କରାଯିବ ବୋଲି ଘୋଷଣା କରାଯାଇଥିଲା । ଏହାଠାରୁ ଅଧିକ ନିବେଶ କଲେ ଟ୍ୟାକ୍ସ ଲାଗିବ । ଏଥିରେ ଏମ୍ପ୍ଲଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ, ଭଲୁଣ୍ଟ୍ରି ପ୍ରୋଭିଡେଣ୍ଟ ଫଣ୍ଡ (ଭିପିଏଫ) ଓ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ସାମିଲ ରହିଛି । ଇପିଏଫ ପରି ଭିପିଏଫରେ ମଧ୍ୟ ୮.୫ ପ୍ରତିଶତ ସୁଧ ମିଳିଥାଏ । ଯଦି ଆପଣ ସେଲ୍ଫ ଏମ୍ପ୍ଲଏଡ ହୋଇଥାନ୍ତି, ତେବେ ଆପଣଙ୍କୁ ସର୍ବାଧିକ ଲିମିଟ ୧.୫ ଲକ୍ଷ ରହିବ । ଫାଇନାନ୍ସିଆଲ ଏକ୍ସପର୍ଟଙ୍କ ମତରେ ଦୀର୍ଘ ଅବଧି ପାଇଁ ନିବେଶ କ୍ଷେତ୍ରରେ ଇପିଏଫ ଓ ପିପିଏଫ୍୍ ହେଉଛି ଶାନଦାର ସ୍କିମ୍ ।