ଓଡ଼ିଶା
୨୦୦ କିଲୋମିଟର ଦୂରରୁ କେନାଲକୁ ଆସିଛି କୁମ୍ଭୀର, ଲୋକ ଭୟଭୀତ

କଟକ() କେନାଲ ଭିତରେ କୁମ୍ଭୀର | କଟକ ତେଲେଙ୍ଗାପେଣ୍ଠ ସ୍ଥିତ ଏକ କେନାଲରେ କୁମ୍ଭୀର ଦେଖିବାକୁ ମିଳିଛି | ଆଉ ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି | ଗତ ୩ ଦିନ ହେବ କେନାଲରେ କୁମ୍ଭୀରଟି ରହିଥିବାବେଳେ ବନ ବିଭାଗ ପାଖରେ ଖବର ଥିଲେ ବି କୁମ୍ଭୀର ଉଦ୍ଧାର ହୋଇପାରୁନି |
ତେବେ କୁମ୍ଭୀରର ଗତିବିଧି ଜାଣିବା ପାଇଁ ଶରୀରରେ ଲାଗିଥିବା ସାଟେଲାଇଟ ଟ୍ରାନ୍ସମିଟରରୁ ତଥ୍ୟ ସାମ୍ନାକୁ ଆସିଛି | ନନ୍ଦନକାନନ କର୍ତୃପକ୍ଷ ଦେଇଥିବା ସୂଚନା ମୁତାବକ ଏହି କୁମ୍ଭୀରଟିକୁ ସାତକୋଶିଆରେ ଛଡାଯାଇଥିଲା | ଆଉ ଅନୁମାନ କରାଯାଉଛି ଯେ ପ୍ରାୟ ୨୦୦ କିଲୋମିଟର ଦୂରରୁ ମହାନଦୀ ଦେଇ କୁମ୍ଭୀରଟି କେନାଲକୁ ଚାଲିଆସିଛି |