ଜାତୀୟ

ଗୋଲାପୀ ସ୍ଲିପ ଦେଖାଇ ଅଧ୍ୟକ୍ଷ ଓ ହଳଦିଆ ସ୍ଲିପ ଦେଖାଇ କାଉନସିଲରକୁ ଭୋଟ୍‌ ଦେବେ ମତଦାତା ପୌରନିର୍ବାଚନ ଆଚରଣ ବିଧିକୁ ନେଇ ସର୍ବଦଳୀୟ ବୈଠକ

ଜୟପୁର() ଆସନ୍ତା ପୌର ନିର୍ବାଚନ ପାଇଁ ଆଜି ‌ଜୟପୁର ପୌରପାଳିକା ସଭାଗୃହ ଠାରେ ପୌର ନିର୍ବାଚନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳ ବେଦବର ପ୍ରଧାନଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଦଳର ନେତା ଉପସ୍ଥିତ ଥିଲେ। ନାମାଙ୍କନ ପତ୍ର କିଣିବା ଠାରୁ ଆରମ୍ଭ କରି ନିର୍ବାଚନ ଆଚରଣବିଧି ଓ ପ୍ରଚାର ପର୍ଯ୍ୟନ୍ତ ସମସ୍ତ ବିଷୟରେ ଆଲୋଚନା କରାଯାଇଛି। ‌ଭୋଟରମାନେ ଚଳିତ ନିର୍ବାଚନରେ ଦୁଇଟି ଲେଖାଏଁ ଭ‌ୋଟ ପ୍ରଦାନ କରିବା ସହ ନୋଟାର ବ୍ୟବସ୍ଥା ରହିଥିବା ନେଇ କହିଛନ୍ତି।

ପୌର ନିର୍ବାଚନରେ ଗୋଟିଏ ବୁଥରେ ଦୁଇଟି କେବିନ୍ ରହିବ, ଗୋଟିକରେ ଅଧ୍ୟକ୍ଷ ଓ ଅନ୍ୟ ଗୋଟିଏରେ କାଉନସିଲର ପାଇଁ ଭୋଟ ଦେବେ। ପ‌ୋଲିଂ ଦଳ ଭୋଟରକୁ ଦୁଇଟି (ଗୋଲାପୀ ଓ ହଳଦିଆ) ରଙ୍ଗର ସ୍ଲିପ୍ ପ୍ରଦାନ କରିବେ। ଗୋଲାପୀ ସ୍ଲିପ ଦେଖାଇ ଅଧ୍ୟକ୍ଷ ଓ ହଳଦିଆ ସ୍ଲିପ ଦେଖାଇ କାଉନସିଲରକୁ ଭ‌ୋଟ ଦେବେ। ମତଦାନର ସମୟସୀମା ମଧ୍ୟ ବୃଦ୍ଧି ହୋଇଛି। ଆସନ୍ତା ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲୁ ରହିବ। ନାମାଙ୍କନ ପତ୍ର ଦାଖଲ ସମୟରେ ବଡ ବିଶାଳ ରାଲିକୁ ବାରଣ କରାଯାଇଛି। ଏଥିସହ ନାମାଙ୍କନ କକ୍ଷରୁ ପାର୍ଥୀଙ୍କ ସହିତ ଜଣେ ପ୍ରସ୍ତାବକ, ଜଣେ ସମର୍ଥକ ଓ ଲିଗାଲ ଆଡଭାଇଜର ରହିପାରିବ‌େ। କାଉନସିଲର ପାର୍ଥୀ ପୌରପାଳିକାର ଯେଉଁ ୱାର୍ଡର ହୋଇଥିଲେ ମଧ୍ୟ ନିଜ ଇଚ୍ଛା ମୁତାବତ ୱାର୍ଡରେ ଲଢ଼େଇ କରିପାରିବ‌େ କିନ୍ତୁ ତାଙ୍କର ପ୍ରସ୍ତାବକ ଓ ସମର୍ଥକ ଲଢ଼ୁଥିବା ୱାର୍ଡର ହିଁ ହୋଇଥିବେ। ଏଥିସହ ଅଧ୍ୟକ୍ଷ ପଦବୀ ପାର୍ଥୀ, ପ୍ରସ୍ତାବକ ଓ ସମର୍ଥକ ଯେଉଁ ୱାର୍ଡର ହେ‌ଲେ ମଧ୍ୟ ଚଳିବ।

Related Articles

Back to top button
WP Twitter Auto Publish Powered By : XYZScripts.com