ଅନ୍ତର୍ଜାତୀୟଜାତୀୟ

ଶେଷ ପର୍ଯ୍ୟାୟରେ ଅପରେସନ ଗଙ୍ଗା, ବାକି ଛାତ୍ରଙ୍କୁ ସକାଳ ୧୦ଟାରୁ ୧୨ଟା ମଧ୍ୟରେ ପହଞ୍ଚିବାକୁ ଦୂତାବାସର ଅପିଲ୍

ନୂଆଦିଲ୍ଲୀ() ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଆଣିବା ପାଇଁ ଚାଲିଥିବା ଅପରେସନ ଗଙ୍ଗା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତୀୟ ଦୂତାବାସ ରବିବାର ଏହାର ସୂଚନା ଦେଇଛନ୍ତି। ଦୂତାବାସ ବାକି ରହି ଯାଇଥିବା ଛାତ୍ରଙ୍କୁ ହଙ୍ଗେରୀ ରାଜଧାନୀ ବୁଡାପେଷ୍ଟ ପହଞ୍ଚିବାକୁ ଅପିଲ୍ କରିଛନ୍ତି। ଏହା ପୂର୍ବରୁ ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ତାଙ୍କ ଯୋଗାଯୋଗରେ ରହିବାକୁ କୁହାଯାଇଛି।

ହଙ୍ଗେରୀରେ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଆଜି ଅପରେସନ ଗଙ୍ଗା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ବାକି ରହିଥିବା ଛାତ୍ର ଏବଂ ଭାରତୀୟ ନାଗରିକଙ୍କୁ ହଙ୍ଗେରୀ ସମୟ ଅନୁସାରେ ସକାଳ ୧୦ଟାରୁ ୧୨ ମଧ୍ୟରେ ବୁଡାପେଷ୍ଟ ପହଞ୍ଚିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ହଙ୍ଗେରୀ ସୀମା ଯୁଦ୍ଧଗ୍ରସ୍ତ ୟୁକ୍ରେନ ସହ ଲାଗି ରହିଛି। ଏ ପର୍ଯ୍ୟନ୍ତ ଏହି ଦେଶ ଦେଇ ହଜାର  ହଜାର ସଂଖ୍ୟାରେ ଭାରତୀୟଙ୍କୁ ସ୍ଵଦେଶ ଅଣାଯାଇଛି। ଭାରତୀୟ ଦୂତାବାସ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ହଙ୍ଗେରୀ ରାଜଧାନୀ ବୁଡାପେଷ୍ଟରେ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛି। ୨୨୦୦ରୁ ଅଧିକ ଭାରତୀୟଙ୍କୁ ସ୍ଵଦେଶ ଆଣିବା ପାଇଁ ରବିବାର ବୁଡାପେଷ୍ଟ, କୋସିସେ, ରେଜଜୋ ଏବଂ ରୁଖାରେଷ୍ଟରୁ ଆହୁରି ୧୧ ଉଡାଣ ସଞ୍ଚାଳିତ କରାଯିବାର ଆଶା ରହିଛି।

Related Articles

Back to top button