ଜାତୀୟମନୋରଞ୍ଜନ

ଫିଲ୍ମ ‘one night stand’ ପରେ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ, କହିଲେ- ଗର୍ଭପାତ କରି ଦୁଃଖ ନାହିଁ

ନୂଆଦିଲ୍ଳୀ: ‘ସେକ୍ରେଡ୍ ଗେମ୍ସ’ ଫେମ୍‌ ଅଭିନେତ୍ରୀ କୁବ୍ରା ସେଟ୍‌ଙ୍କ ପୁସ୍ତକ ‘ଓପନ୍ ବୁକ୍’ ନିକଟରେ ରିଲିଜ୍‌ କରିଥିଲେ। ଯେଉଁଥିରେ ସେ ତାଙ୍କ ଜୀବନର ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ସେଥିରେ ଶାରିରୀକ ଶୋଷଣକୁ ନେଇ କୁବ୍ରା ତାଙ୍କ ପୁସ୍ତକରେ ସବୁକିଛି କହିଛନ୍ତି। ଗୋଟିଏ ଅଧ୍ୟାୟରେ କୁବ୍ରା କହିଥିଲେ ଯେ ୱାନ ନାଇଟ୍ ଷ୍ଟାଣ୍ଡ ପରେ ସେ ଗର୍ଭପାତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ତାଙ୍କର କୌଣସି ଦୁଃଖ ମଧ୍ୟ ନାହିଁ। ଏହା ୨୦୧୩ ସମୟର ଘଟଣା।

କୁବ୍ରା ତାଙ୍କ ପୁସ୍ତକରେ ବହୁତ କିଛି ଅକୁହା କଥା ଲେଖିଛନ୍ତି କି ଆଣ୍ଡାମାନ ବୁଲିବାକୁ ଯାଇଥିଲି । ସେଠାରେ ସ୍କୁବା ଡାଇଭିଂ କରିବା ପରେ କିଛି ଡ୍ରିଙ୍କସ୍‌ କରିବା ଫଳର ଜଣେ ପୁରୁଷ ବନ୍ଧୁଙ୍କ ସହ ଇଣ୍ଟିମେଣ୍ଟ ହୋଇଥିଲି । କିଛି ଦିନ ପରେ, ସେ ତାଙ୍କର ପ୍ରେଗନେନ୍‌ସି ଟେଷ୍ଟ କରାଇଲି। ଯାହା ପଜିଟିଭ୍‌ ଆସିଥିଲା । ‘ଏକ ସପ୍ତାହ ପରେ ମୁଁ ଗର୍ଭପାତ କରିବାକୁ ନିଷ୍ପତ୍ତି ନେଲି। କାହିଁକି ନା ମୁଁ ଜଣେ ମଣିଷ ଭାବରେ ଏହା ପାଇଁ ପ୍ରସ୍ତୁତ ନଥିଲି । ମୁଁ ଭାବୁନାହିଁ ଯେ ମୁଁ ଏପର୍ଯ୍ୟନ୍ତ ବି ପ୍ରସ୍ତୁତ ଅଛି । ଏଥିପାଇଁ ମୋର କୌଣସି ଦୁଃଖ ନାହିଁ। କିନ୍ତୁ ଜୀବନରେ କେବେ ଏଭଳି କିଛି ଘଟିବ ବୋଲି କଳ୍ପନା ବି କରି ନଥିଲି।

କହିବାକୁ ଗଲେ କୁବ୍ରା ସଲମାନ ଖାନଙ୍କ ଫିଲ୍ମ ‘ରେଡ୍ଡି’ରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଯେଉଁଥିରେ ତାଙ୍କର ଏକ ଛୋଟ ଭୂମିକା ଥିଲା । ଏହା ପରେ ସେ ‘ସୁଲତାନ’, ‘ଜବାନୀ ଜାନେମନ’, ‘ ସିଟି ଅଫ୍‌ ଲାଇଟ୍‌ ‘ ଅଛି । ୱେବ୍ ସିରିଜ୍ ‘ସେକ୍ରେଡ୍‌ ଗେମ୍‌’ ତାଙ୍କ ପାଇଁ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com