ସୋମବାର ଋଷିଆ-ୟୁକ୍ରେନ୍ ତୃତୀୟ ପର୍ଯ୍ୟାୟ ଆଲୋଚନା, ନିଷ୍କର୍ସକୁ ବିଶ୍ୱର ନଜର
![](https://i0.wp.com/odia.mobilenews24x7.com/wp-content/uploads/2022/03/pic-43.jpg?resize=720%2C470&ssl=1)
ନୂଆଦିଲ୍ଲୀ() ଋଷ୍-ୟୁକ୍ରେନ୍ ଯୁଦ୍ଧକୁ ନେଇ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଏକ ବୈଠକ ବସିବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ତୃତୀୟଥର ପାଇଁ ଏହି ଆଲୋଚନା ହେବ । ଏନେଇ ୟୁକ୍ରେନ୍ର ପ୍ରତିନିଧି ଡାଭ୍ୟାଡ ଆରଖାମିଆ ଶନିବାର କହିଛନ୍ତି । ପୂର୍ବରୁ ୟୁକ୍ରେନ୍ ଏବଂ ଋଷ୍ ମଧ୍ୟରେ ଦୁଇ ଦୁଇଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିନଥିଲା ।
ସୋମବାର ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଏବଂ ସାଧାରଣ ନାଗରିକଙ୍କ ପାଇଁ ସୁରକ୍ଷିତ ପାସ୍ କରିଡର୍ର ବ୍ୟବସ୍ଥା ନେଇ ଆଲୋଚନା ହେବ । ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଟେଲିଫୋନ୍ରେ ତୃତୀୟ ପର୍ଯ୍ୟାୟ ଆଲୋଚନା ନେଇ ଜର୍ମାନ ଚାନ୍ସେଲର୍ ଓଲାଫ୍ ସ୍କୋଲଜଙ୍କ ସହ ଶୁକ୍ରବାର କଥା ହୋଇଛନ୍ତି । ୟୁକ୍ରେନ୍ ପାଇଁ ଋଷ୍ ସହ ଆଲୋଚନା କରିବାକୁ ଦ୍ୱାର ଖୋଲା ଅଛି ବୋଲି ସେ କହିଥିବା ଏକ ନ୍ୟୁଜ୍ ଏଜେନ୍ସିର ରିପୋର୍ଟରୁ ଜଣାପଡ଼ିଛି ।
ତେବେ ଋଷିଆ-ୟୁକ୍ରେନ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ବିନା କୌଣସି ଫଳାଫଳରେ ସମାପ୍ତ ହୋଇଥିଲା। ବେଲାଋଷର ବ୍ରେଷ୍ଟ ସହରରେ ଅନୁଷ୍ଠିତ ଏହି ଆଲୋଚନା ଦୁଇପକ୍ଷଙ୍କ ମଧ୍ୟରେ ଦୀର୍ଘଘଣ୍ଟା ଧରି ଚାଲିଥିଲା। ହେଲେ ବିନା ଯୁଦ୍ଧବୀରାମ ରାଜିନାମାରେ ଶେଷ ହୋଇଥିବାରୁ ପୁଣି ଯୁଦ୍ଧ ତେଜିଛି। ପ୍ରଥମ ଆଲୋଚନାର ୪ ଦିନ ବାଦ୍ ଅନୁଷ୍ଠିତ କଥାବାର୍ତ୍ତା ଉପରେ ସମସ୍ତଙ୍କ ନଜର ଥିଲା। ହେଲେ ଯୁଦ୍ଧବନ୍ଦ ସମ୍ପର୍କିତ ପ୍ରସ୍ତାବ ଉପରେ ଆଲୋଚନା ହୋଇନଥିଲା।