ଓଡ଼ିଶା

ଜଟଣୀରେ ଚକ୍ଷୁ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ; ବିଶ୍ୱ ଗ୍ଲୋକୋମା ସପ୍ତାହ ପାଳିତ

ଜଟଣୀ() ଗ୍ଲୋକମା ଚକ୍ଷୁର ଏକ ଭୟାବହ ରୋଗ। ବିଶ୍ବ ଗ୍ଲୋକମା ସପ୍ତାହ ଅବସରରେ ଜଟଣୀ ରୋଟାରୀ କ୍ଲବ ଏବଂ ଇକୋସ ଅନୁଷ୍ଠାନର ମିଳିତ ସହଯୋଗରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ସେମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି।

ରୋଟାରୀ କ୍ଲବ୍ ପରିସରରେ ଗ୍ଲୋକମା ରୋଗର ଲକ୍ଷଣ ଓ ନିରାକରଣକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ୪୦ ବର୍ଷରୁ ଅଧିକ ବୟସ୍କ ୧୦୦ରୁ ଅଧିକ ଲୋକଙ୍କୁ ଚକ୍ଷୁର ଚାପ ପରୀକ୍ଷା କରାଯାଇଥିଲା l ଏଥିରେ ଇକୋସ ଚକ୍ଷୁ ଚିକିତ୍ସା କେନ୍ଦ୍ରର ଡାକ୍ତରୀ ଦଳ ସହାୟତା କରିଥିଲେ। ଜଟଣୀ ରୋଟାରୀ କ୍ଲବର ସଭ୍ୟମାନଙ୍କ ସହ ବହୁ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Related Articles

Back to top button