
ନୂଆଦିଲ୍ଲୀ, ୦୮/୦୮/୨୦୨୨- ଦେଶର ସାର୍ବଜନୀନ ଜୀବନରେ ଆପଣଙ୍କ ଅନୁଭବ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ । ଉପ ରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ବିଦାୟୀ ଅଭିଭାଷଣ ଦିଆଯିବା ଅବସରରେ ସୋମବାର ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ବିଦାୟୀ ଅଭିଭାଷଣରେ ଆହୁରି ମଧ୍ୟ କହିଥିଲେ ଯେ, ସଦନ ପାଇଁ ଏହା ଭାବବିହ୍ୱଳ କ୍ଷଣ । ସଂସଦର ଅନେକ ଐତିହାସିକ କ୍ଷଣରେ ଆପଣ ଉପସ୍ଥିତି ରହିଥିଲେ । ଏଥିପାଇଁ ଆମେ ସମସ୍ତେ ଗର୍ବିତ ।
କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି – ଆପଣ ଏତେ କଠିନ ସମୟ ଏବଂ ସ୍ଥିତି ଭିତରେ ଆପଣ ଆପଣଙ୍କ ଭୂମିକା ନିଭାଇଥିବାରୁ ଧନ୍ୟବାଦ । ଆମେ ଦୁହେଁ ଅଲଗା ଅଲଗା ବିଚାରଧାରାର ଲୋକେ ହୋଇଥାଇପାରୁ । ମୋତେ ଆପଣଙ୍କୁ ନେଇ ଅନେକ ଅଭିଯୋଗ ବି ଥାଇପାରେ ତେବେ ଏହା ସେହି ସମୟ ନୁହେଁ ଯେତେବେଳେ ଏସବୁ ବିଷୟରେ ଆଲୋଚନା ହେବା ଦରକାର । ଆସନ୍ତା ୧୦ ତାରିଖରେ ଭେଙ୍କିୟାଙ୍କ କାର୍ଯ୍ୟକାଳ ଶେଷ ପୂର୍ବରୁ ରାଜ୍ୟସଭାରେ ତାଙ୍କ ପାଇଁ ବିଭିନ୍ନ ଦଳ ପକ୍ଷରୁ ବିଦାୟୀ ଅଭିଭାଷଣ ରଖାଯାଇଥିଲା ।