ଐତିହ୍ୟ ଓ ସଂସ୍କୃତିଓଡ଼ିଶାଶିକ୍ଷା

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ

ଜଗନ୍ନାଥ ପ୍ରସାଦ, ୨୪/୦୯/୨୦୨୨-   ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ପ୍ରଥମ ବର୍ଷ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିବା ପାଇଁ ପ୍ରବେଶ ଉତ୍ସବ ପାଳନ କରାଯାଇଛି । ନୂତନ କରି ଆସିଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ପୁଷ୍ପ ଚନ୍ଦନ ଲଗାଇ ବିଘ୍ନ ବିନାଶନ ଶ୍ରୀଗଣେଶଙ୍କ ମୂର୍ତ୍ତି ପାଖରେ ସମସ୍ତଙ୍କୁ ପ୍ରଣାମ କରାଇ ସ୍ଵାଗତ କରି କଲେଜ ମଧ୍ୟକୁ ସମସ୍ତଙ୍କୁ ପ୍ରବେଶ କରାଇଥିଲେ । ପରେ  ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଲୋକନାଥ ମହାନ୍ତି କଲେଜର ଇତିହାସ ସମ୍ପର୍କରେ ଅବଗତ କରାଇବା ସହିତ ରେଡକ୍ରସର ମୌଳିକ ନୀତି ସମ୍ପର୍କରେ ବୁଝାଇଥିଲେ । ସୁନିଲ୍ କୁମାର ମୁନି, କ୍ରୀଡା ଶିକ୍ଷକ ପଦ୍ମନାଭ ପ୍ରଧାନଅଧ୍ୟାପକ ଅଶ୍ଵିନୀ କୁମାର ପରମଗୁରୁ ଯୋଗଦେଇ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନୈତିକ ଶିକ୍ଷା ଓ ଶୃଙ୍ଖଳା ସମ୍ପର୍କରେ ଅବଗତ କରାଇଥିଲେ । କଲେଜରେ ତିନି ଦିନ ଧରି ତିନୋଟି ବିଭାଗରେ କଳା ଛାତ୍ରଛାତ୍ରୀ ମାନଙ୍କୁ ନୀତିନିୟମ, ପାଠ୍ୟ ଖସଡ଼ା, ବିଭିନ୍ନ ବିଭାଗର ବିଭିନ୍ନ ପାଠ୍ୟ ବିଷୟ , ଶ୍ରେଣୀ ଶିକ୍ଷକ ମାନଙ୍କ ପରିଚୟ ସହ ଛାତ୍ରଛାତ୍ରୀ ମାନଙ୍କର ପରିଚୟ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ କର୍ମଚାରୀଙ୍କ ସମେତ ସ୍ୱେଚ୍ଛାସେବୀ ଶୋଭନ ସାହୁ, ଜ୍ୟୋତି ନାୟକ, ହରପ୍ରିୟା ପାତ୍ର, ଇପ୍ସିତା ମହାନ୍ତି, ରାଜେନ୍ଦ୍ର ନାୟକ, ଆଶିଷ ଡାକୁଆ, କାହ୍ନା ବାରିକ, ଶୁଭମ୍ ମହାନ୍ତି ସହଯୋଗ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com