ଓଡ଼ିଶା

୮ ତାରିଖ ଯାଏ ପ୍ରବଳ ଶୀତ

ଭୁବନେଶ୍ୱର, ୦୫/୧୨/୨୦୨୨-    ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଶୀତର ପ୍ରକୋପ ସୋମବାର ରାତିରୁ ଅଧିକ ହେବ । ବିଶେଷକରି ରାତିରେ ଶୀତର ମାତ୍ରା ଅସହ୍ୟ ହେବ । ରାତିରେ ପାରଦ ୩ ଡିଗ୍ରିକୁ ଖସିବ । ହେଲେ ଦିନରେ ଆକାଶ ନିର୍ମଳ ରହିବା ସହ ଟାଣ ଖରା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । କିଛି ଜିଲ୍ଲାରେ କୁହୁଡି ଦେଖା ଯିବାର ମଧ୍ୟ ସମ୍ଭାବନା ରହିଛି ।

ରବିବାର କୋରାପୁଟରେ ସର୍ବାଧିକ ଥଣ୍ଡା ରେକର୍ଡ ହୋଇଛି । କୋରାପୁଟରେ ରାତି ତାପମାତ୍ରା ୧୧.୫ ଡିଗ୍ରୀ ଥିଲା । ଜି. ଉଦୟଗିରିରେ ୧୩, ସୁନ୍ଦରଗଡ ଓ ଝାରସୁଗୁଡାରେ ୧୩.୮, କେନ୍ଦୁଝରରେ ୧୪.୬ ଏବଂ ବାଲେଶ୍ୱରରେ ୧୫.୩, ବାରିପଦାରେ ୧୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଭାରତ ମହାସାଗର ଓ ଏହା ସଂଲଗ୍ନ ମାଇକ୍ରୋ ଷ୍ଟେଟ୍ ଅଞ୍ଚଳକୁ ପ୍ରବେଶ କରିଛି । ସୋମବାର ସୁଦ୍ଧା ଏହା ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ୮ ଓ ୯ ତାରିଖରେ ଦକ୍ଷିଣ ଓଡିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର କୋରାପୁଟ, ଓ ମାଲକାନଗିରି ଜିଲ୍ଲାରେ ବର୍ଷା ହେବ । ରାୟଗଡ଼ା ଓ ଗଜପତିରେ ଅଧିକ ବର୍ଷା ହୋଇପାରେ । ଏହା ପ୍ରଭାବରେ ୮ ତାରିଖରୁ ଶୀତର ପ୍ରକୋପ କିଛିଟା କମିଯିବ । ପାଗ ମେଘୁଆ ରହିଲେ ବି ରାତି ତାପମାତ୍ରା ବଢିବ ।

Related Articles

Back to top button
WP Twitter Auto Publish Powered By : XYZScripts.com