ଅନ୍ତର୍ଜାତୀୟଜାତୀୟ

ପାଲେଷ୍ଟାଇନ୍ ଦୂତାବାସରେ ଭାରତୀୟ ରାଷ୍ଟ୍ରଦୂତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାଲେଷ୍ଟାଇନ୍ ରୁ ଭାରତ ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପାଲେଷ୍ଟାଇନ୍ ରେ ଭାରତର ରାଜଦୂତ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ ହୋଇଯାଇଛି । ଦୂତାବାସରେ ତାଙ୍କୁ ମୃତ ଭାବରେ ଠାବ କରାଯାଇଥିଲା । ଏହି କଥାକୁ ନେଇ ବୈଦେଶିକ ମନ୍ତ୍ରାଳୟ ଦୁଃଖ ପ୍ରକାଶ କରିଛନ୍ତି ।

ପାଲେଷ୍ଟାଇନର ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ଯେ ପାଲେଷ୍ଟାଇନରେ ଭାରତର ରାଷ୍ଟ୍ରଦୂତ ମୁକୁଲ ଆର୍ୟ୍ୟଙ୍କ ଦେହାନ୍ତ ହୋଇଛି। ଯେଉଁଥିରେ ପାଲେଷ୍ଟାଇନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ରାଷ୍ଟ୍ରଦୂତ ମୁକୁଲ ଆର୍ୟ୍ୟଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛି । ସେ କହିଛନ୍ତି ଯେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସହିତ ସରକାରୀ ଯୋଗାଯୋଗ କରୁଛନ୍ତି ଯାହାଦ୍ୱାରା ମୃତ ରାଷ୍ଟ୍ରଦୂତଙ୍କ ଶବକୁ ତାଙ୍କ ଦେଶକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com