ଜାତୀୟ

ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରି, ଟ୍ୱିଟ୍‌ କରି ଶୋକ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ() ସଙ୍ଗୀତ ଜଗତ ପାଇଁ ଆଜି ଏକ ଦୁଃଖଦ ଖବର । କିଛି ଦିନ ତଳେ ଭାରତର କୋକିଳା କଣ୍ଠୀ ଲତା ମଙ୍ଗେସକରଙ୍କ ଦେହାନ୍ତ ହୋଇଥିଲା । ଯାହାର ଦୁଃଖ ଲୋକଙ୍କ ମନରୁ ଅପସରି ନଥିବା ବେଳେ ଏବେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି । ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ୬୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ତେବେ ଏଭଳି ଜଣେ ବିଶିଷ୍ଟ ସଙ୍ଗୀତକାରଙ୍କ ମୃତ୍ୟୁ ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ନେତା , ଅଭିନେତାଙ୍କ ସମେତ ଅନେକ ଲୋକ ନିଜ ନିଜର ଭାବନା ପ୍ରକାଶ କରିଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍‌ କରି କହିଛନ୍ତି ଯେ, ବାପି ଲାହିରିଙ୍କ ମୃତ୍ୟୁ ଖବର ଶୁଣି ମୁଁ ମର୍ମାହତ । ତାଙ୍କ ଗାଇଥିବା ଗୀତ କେବଳ ଭାରତରେ ନୁହେଁ ବରଂ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ସଦା ସର୍ବଦା ସେ ଗାଇଥିବା ଗୀତ ମନେ ରହିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରିଛନ୍ତି ଯେ, ବାପି ଲାହିରିଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଖୀ । ସେ ଯୁବପୀଢିଙ୍କ ପାଇଁ ଆଦର୍ଶ ଥିଲେ । ତାଙ୍କ ଗୀତକୁ ସର୍ବଦା ଲୋକମାନଙ୍କ ମନରେ ସ୍ମରଣୀୟ ହୋଇରହିବ । ପରିବାର ପ୍ରତି ମୋ ତରଫରୁ ସମବେଦନ ।

କେନ୍ଦ୍ର ଗୃହମନ୍ତ୍ରୀ ଟ୍ୱିଟ୍‌ କରି ଲେଖିଛନ୍ତିଯେ, ମହାନ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କ ପରଲୋକ ଭାରତୀୟ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ପରିବାର ଓ ପ୍ରଂଶସକଙ୍କ ପ୍ରତି ମୋ ତରଫରୁ ସମବେଦନା ।

Related Articles

Back to top button
WP Twitter Auto Publish Powered By : XYZScripts.com