କ୍ରୀଡ଼ା

ପୁଷ୍ପା କ୍ରେଜ୍‌ରେ ସାମିଲ ହେଲେ ବିରାଟ : ଷ୍ଟାଡିୟମରେ ଅଲ୍ଲୁ ଅର୍ଜୁନଙ୍କୁ କଲେ ନକଲ

ନୂଆଦିଲ୍ଲୀ() ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ପୁଷ୍ପାର କ୍ରେଜ୍ କମିବାର ନାଁ ନେଉନାହିଁ । କ୍ରିକେଟ୍ ଷ୍ଟାଡିୟମରୁ ଆରମ୍ଭ କରି ସବୁଠି ପୁଷ୍ପା ଷ୍ଟାଇଲ୍ ଦେଖିବାକୁ ମିଳିଛି । ଏବେ ବିରାଟ କୋହଲିଙ୍କ ପୁଷ୍ପା ଷ୍ଟାଇଲ୍ ଭାଇରାଲ ହେବାରେ ଲାଗିଛି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ସେ ଏପରି ଷ୍ଟାଇଲ୍ ଦେଖାଇଥିଲେ । ଯାହାକୁ ପ୍ରଶଂସକ ଖୁବ୍ ପ୍ରଶଂସା କରିଛନ୍ତି ।

ସୋସିଆଲ ମିଡିଆରେ କୋହଲିଙ୍କ ପୁଷ୍ପା ଷ୍ଟାଇଲ୍ ଭାଇରାଲ ହେବାରେ ଲାଗିଛି । ସେ ହସିବା ସହ ଷ୍ଟାଇଲର ନକଲ କରୁଥିବା ଦେଖିବାକୁ ମିଳିଛି । ଯାହା ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି । ପୂର୍ବରୁ ଓ୍ୱିକେଟ୍ ନେଇ ରବୀନ୍ଦ୍ର ଜାଡେଜା ଏପରି ଷ୍ଟାଇଲ୍ କରୁଥିବା ନଜର ଆସିଥିଲା ।

ବିରାଟ ମୋହାଲିରେ ନିଜର ଶହେତମ ଟେଷ୍ଟ ଖେଳିଥିଲେ । ସେ ମାତ୍ର ୪୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ୩୩ ବର୍ଷୀୟ କୋହଲିଙ୍କୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ସୁଯୋଗ ମିଳି ନଥିଲା । କାରଣ ଶ୍ରୀଲଙ୍କାକୁ ଫଲୋଅନ୍ ମିଳିଥିଲା । ଏହାସହ ଭ୍ରମଣକାରୀ ଟିମ୍ ଇନିଂସ ପରାଜୟର ସାମ୍ନା କରିଥିଲା ।

ସୂଚନାଯୋଗ୍ୟ, ବିରାଟ ୨୦୧୧ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ୫୦ରୁ ଅଧିକ ଆଭରେଜରେ ୮୦୦୭ ରନ୍ କରିଛନ୍ତି । ସୀମିତ ଓଭରରେ ସେ ୩୫୭ଟି ମ୍ୟାଚ୍ ଖେଳିଛନ୍ତି । ଏହାସହ ଦିନିକିଆ ଓ ଟି୨୦ ଫର୍ମାଟରେ ସେ ମୋଟ ୧୫୬୦୭ ରନ୍ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com