କ୍ରୀଡ଼ା

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ମିଥାଲି ରାଜ, ୨୩ ବର୍ଷର କ୍ରିକେଟ୍ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଭାରତୀୟ ମହିଳା ଦଳର ପୂର୍ବତନ କ୍ୟାପ୍ଟେନ୍ ମିଥାଲି ରାଜ। ୧୯୯୯ ମସିହାରୁ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ କ୍ରିକେଟର ଦୀର୍ଘ ୨୩ ବର୍ଷର ଯାତ୍ରାକୁ ବୁଧବାର ଶେଷ କରିଛନ୍ତି ୩୯ ବର୍ଷୀୟା ମିଥାଲି ରାଜ୍। ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟ୍‌ରୁ ସେ ସନ୍ନ୍ୟାସ ଘୋଷଣା କରିଛନ୍ତି।

ଭାରତୀୟ ଟିମ୍‌ର ମେରୁଦଣ୍ଡ କୁହାଯାଉଥିବା ମିଥାଲି ରାଜ୍ ଭାରତୀୟ କ୍ରିକେଟ୍‌ ଦିନିକିଆରେ ସର୍ବାଧିକ ରନ୍ କରିଛନ୍ତି। କ୍ୟାପ୍ଟେନ୍‌ ଭାବରେ ମଧ୍ୟ ସେ ସର୍ବାଧିକ ବିଜୟ ହାସଲ କରିଛନ୍ତି। ଦୀର୍ଘ ୨୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟର ପୂର୍ଣ୍ଣଚ୍ଛେଦ ଟାଣିଲା ବେଳେ ଭାବପ୍ରବଣ ହୋଇଯାଇଥିଲେ ମିଥାଲି। ଟ୍ୱିଟରରେ ଏକ ଲମ୍ବା ପୋଷ୍ଟ କରି ସେ ତାଙ୍କର କ୍ରିକେଟ୍ ଜଗତ ସହ ଜଡ଼ିତ ସ୍ମୃତି ବଖାଣିଛନ୍ତି।

ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ମୁଁ ଛୋଟ ପିଲା ଥିଲି ଯେତେବେଳେ ବ୍ଲୁ ଜର୍ସି ପିନ୍ଧି ଦେଶର ପ୍ରତିନିଧିତ୍ୱ କରିଥିଲି। ମୋର ଲମ୍ବା କ୍ରିକେଟ୍ ଯାତ୍ରାରେ ଅନେକ ମୁହୂର୍ତ୍ତିକୁ ଦେଖିଛି। ମୋ ଜୀବନରେ କ୍ରିକେଟ୍‌ରେ ବିତିଥିବା ୨୩ ବର୍ଷର ସବୁଠାରୁ ସୁନ୍ଦର ମୁହୂର୍ତ୍ତ। ତେବେ ସବୁ ଯାତ୍ରାର ଅନ୍ତ୍ର ହେଲା ବଳି ମୋରେ ଏ ଯାତ୍ରା ବି ଶେଷ ହେଉଛି। ଆଜି ମୁଁ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟର ସନ୍ନ୍ୟାସ ଘୋଷଣା କରୁଛି ବୋଲି ମିଥାଲି ଲେଖିଛନ୍ତି।

ମିଥାଲି ଆହୁରି ମଧ୍ୟ ଲେଖିଛନ୍ତି ଯେ ମୁଁ ଯେତେବେଳେ ବି ପଡ଼ିଆକୁ ଓହ୍ଲାଇଛି ଭଲ ଖେଳିବାକୁ ଓ ଟିମ୍‌କୁ ଜିତାଇବାକୁ ଗୁରୁତ୍ୱ ଦେଇଛି। ଏବେ ଭାରତର ଭବିଷ୍ୟତ ଯୁବ ଖେଳାଳିମାନଙ୍କ ହାତରେ ରହିଛି। ମୁଁ ବିସିସିଆଇ ସଚିବ ଜୟ ଶାହ ଓ ବାକି ସମସ୍ତ ଅଧିକାରୀଙ୍କରୁ ଧନ୍ୟବାଦ ଜଣାଉଛି। ତେଣୁ ମୋତେ ଲାଗୁଛି ଯେ ମୋ କ୍ୟାରିୟରକୁ ବାଏ ବାଏ କହିବାର ଏହା ହିଁ ପ୍ରକୃଷ୍ଠ ସମୟ। କ୍ରିକେଟ୍ ଯାତ୍ରା ଏଇଠି ସରିଲେ ବି ଆଗକୁ ବିଭିନ୍ନ ମାଧ୍ୟମରେ କ୍ରିକେଟ ସହ ଜଡ଼ିତ ହୋଇ ରହିବେ ବୋଲି ମିଥାଲି କହିଛନ୍ତି।

ମହିଳା କ୍ରିକେଟର ରେକର୍ଡର ଦ୍ୱିତୀୟ ନାମ ମିଥାଲି ରାଜ-

ମିଥାଲି ରାଜ କେବଳେ ଭାରତର ନୁହେଁ ବିଶ୍ୱର ସବୁଠାରୁ ଉନ୍ନତ କ୍ରିକେଟରଙ୍କ ମଧ୍ୟରୁ ଜଣେ। ତାଙ୍କ ନାଁରେ ଦିନିକିଆରେ ସର୍ବାଧିକ ରନ୍ କରିବାର ରେକର୍ଡ ରହିଛି। ସେହିପରି ଭାରତୀୟ ଟିମ୍‌ରେ ସେ ସବୁଠାରୁ ଅଧିକ ଦିନ ପାଇଁ କ୍ୟାପ୍ଟେନ ଦାୟିତ୍ୱରେ ରହିଛନ୍ତି। ତାଙ୍କ କ୍ରିକେଟ୍‌ କ୍ୟାରିୟରକୁ ଦେଖିଲେ ମିଥାଲି ୨୩୨ ଦିନିକିଆ ମ୍ୟାଚ୍‌ରେ ୭୮୦୫ ରନ କରିଛନ୍ତି। ଏହି ସମୟରେ ତାଙ୍କର ହାରାହାରୀ ରନ୍‌ସ୍କୋର ୫୦.୬୮ ପ୍ରତିଶତ ରହିଛି। ମିଥାଲି ୭ଟି ଶତକ ହାସଲ କରିଥିବା ବେଳେ ୬୪ ଅର୍ଦ୍ଧଶତକ ହାସଲ କରିଛନ୍ତି।

ମିଥାଲି ତାଙ୍କ ୨୩ ବର୍ଷର କ୍ୟାରିୟରରେ ମାତ୍ର ୧୨ଟି ଟେଷ୍ଟ ଖେଳିଥିବା ବେଳେ ୪୩.୬୮ ହାରରେ ୬୯୯ ରନ୍ କରିଛନ୍ତି। ଏଥିରେ ଗୋଟିଏ ଦୁଇଶତକ(୨୧୪) ବି ସାମିଲ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com