ଜାତୀୟମନୋରଞ୍ଜନ

Sa Re Ga Ma Paର ବିଜେତା ହେଲେ ନୀଲଞ୍ଜନା ରାୟ, ଟ୍ରଫି ସହ ଜିତିଲେ ୧୦ଲକ୍ଷ ଟଙ୍କା

ନୂଆଦିଲ୍ଳୀ() ଗତକାଲି ଜି’ର ଲୋକପ୍ରିୟ ସିଙ୍ଗିଂ ରିଆଲିଟି ଶୋ’ ସା ରେ ଗା ମା ପା’ର ଫାଇନାଲ୍ ହୋଇଥିଲା। ଏହି ଶୋ’ରେ ନୀଲଞ୍ଜନା ରାୟ ବିଜେତା ହୋଇଛନ୍ତି। ସେ ରାଜଶ୍ରୀ ବାଗ ଏବଂ ଶରଦ ଶର୍ମାଙ୍କୁ ପଛରେ ପକାଇ ଟାଇଟଲ୍ ହାସଲ କରିଛନ୍ତି । ଫାଇନାଲ ରାଉଣ୍ଡରେ ବଲିଉଡର ଜଣାଶୁଣା ଗାୟକ ଉଦିତ ନାରାୟଣ ଏବଂ ଶିଳ୍ପା ରାଓ ମଧ୍ୟ ଉପସ୍ଥିତ ଥିଲେ। ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରୁଥିବାର ନଜର ଆସିଥିଲେ । ରାଜଶ୍ରୀ ବାଗ ପ୍ରଥମ ରନର୍ ଅପ୍ ଏବଂ ଶରଦ ଶର୍ମା ଦ୍ୱିତୀୟ ରନର୍ ଅପ୍ ହୋଇଥିବା ବେଳେ ନୀଲଞ୍ଜନା ୱିନର ହୋଇଥିଲେ ।

 

View this post on Instagram

 

A post shared by ZEE TV (@zeetv)

ନୀଲାଞ୍ଜନାଙ୍କୁ ଟ୍ରଫି ସହିତ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ଅନ୍ୟପକ୍ଷରେ ରାଜଶ୍ରୀଙ୍କୁ ୫ ଲକ୍ଷ ଟଙ୍କା ଏବଂ ଶରଦଙ୍କୁ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହି ଶୋ’ରେ ନୀଲଞ୍ଜନା ରାୟ, ରାଜଶ୍ରୀ ବାଗ, ଶରଦ ଶର୍ମା, ଅନନ୍ୟା ଚକ୍ରବର୍ତ୍ତୀ, ସ୍ନିଗ୍ଧଜିତ୍ ଏବଂ ସଞ୍ଜନା ଭଟ୍ଟ ଟପ୍ ୬ ଫାଇନାଲିଷ୍ଟରେ ପହଞ୍ଚି ଥିଲେ।

 

View this post on Instagram

 

A post shared by NEELANJANA RAY (@neelanjanaray)

ୱିନର ହେବା ପରେ ସେ କହିଛନ୍ତି, ‘ସା ରେ ଗା ମା ପା’ର ଟ୍ରଫି ଜିତିଥିବାରୁ ମୁଁ ବହୁତ ଖୁସି ଏବଂ ମୁଁ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେଉଛି। ମୁଁ ବିଶ୍ୱାସ କରିପାରିବି ନାହିଁ ଯେ ଏହି ଚମତ୍କାର ଆଶ୍ଚର୍ଯ୍ୟଜନକ ଯାତ୍ରା ମୋର ଶେଷ ହୋଇଛି । ସମସ୍ତ ଜଜ୍‌ଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଛି , ଆଗକୁ ମଧ୍ୟ ମିଳିବ । ଆମର ପରାମର୍ଶଦାତା ଏବଂ ଜୁରି ସଦସ୍ୟମାନେ ବହୁତ ସାହାଯ୍ୟ କରିଛନ୍ତି । ମୁଁ ରିହର୍ସାଲ୍ ଏବଂ ଟ୍ରେନିଂ ସମୟକୁ ବହୁତ ମନେ ପକାଇବି ।

Related Articles

Back to top button
WP Twitter Auto Publish Powered By : XYZScripts.com