ଓଡ଼ିଶା

VSSUTରେ ପୁଣି ରାଗିଂ: ୩ ଛାତ୍ରଙ୍କୁ ନିସ୍ତୁକ ପିଟିବା ସହ ମୋବାଇଲ ଭାଙ୍ଗିଦେଲେ

ଭୁବନେଶ୍ୱର() କିଛିଦିନର ନିରବତା ପରେ ପୁଣି ଥରେ ଅଶାନ୍ତ ହୋଇ ପଡ଼ିଛି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) । ବିଶ୍ୱବିଦ୍ୟାଳୟର ଜୁନିୟର ଛାତ୍ରମାନେ ସିନିୟରଙ୍କ ରାଗିଂର ଶିକାର ହୋଇଥିବା ଜଣାପଡ଼ିଛି । ସିନିୟରମାନେ ଜୁନିୟରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମୋବାଇଲ ଭାଙ୍ଗିଦେଇଥିବା ଛାତ୍ରାବାସର ୱାର୍ଡେନଙ୍କ ନିକଟରେ ଅଭିଯୋଗ ହୋଇଛି ।

ଜଣାପଡ଼ିଛି ଯେ, ଭିସୁଟରେ ଗତକାଲିରେ ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ରଙ୍କୁ ତୃତୀୟ ବର୍ଷର କିଛି ଛାତ୍ର ଫୋନ୍ କରି ଡକାଇଥିଲେ । ଏହାପରେ ଉକ୍ତ ଛାତ୍ରମାନେ ସେମାନଙ୍କ ପାଖକୁ ଯିବାପରେ ସିନିୟରମାନେ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ତେବେ ପୀଡ଼ିତ ଛାତ୍ରମାନେ ସଙ୍ଗେସଙ୍ଗେ ଯେପରି କୌଣସି ଅଭିଯୋଗ କରିନପାରନ୍ତି ସେଥିପାଇଁ ସେମାନଙ୍କ ମୋବାଇଲକୁ ସିନିୟରମାନେ ନଷ୍ଟ କରିଦେଇଥିଲେ । ଏ ଘଟଣା ପରେ ଉକ୍ତ ଛାତ୍ରଙ୍କ ଅଭିଭାବକମାନେ ସମ୍ବଲପୁରରେ ପହଞ୍ଚିଥିବା ବେଳେ ଆଜି କୁଳପତିଙ୍କୁ ଅଭିଯୋଗ କରିବେ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଅନେକ ସମୟରେ ଭିସୁଟର ଛାତ୍ରମାନେ ରାଗିଂର ଶିକାର ହୋଇଥାନ୍ତି । ଗତ ବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ସେଠାରେ ଜଣେ ଛାତ୍ର ରାଗିଂର ଶିକାର ହୋଇଥିଲେ । ଜଣେ ତୃତୀୟ ବର୍ଷର ଛାତ୍ରଙ୍କୁ ଜଣେ ଛତୁର୍ଥ ବର୍ଷର ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ରାଗିଂକୁ ରୋକିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଭିନ୍ନ ପ୍ରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରୁଥିଲେ ହେଁ ଛାତ୍ରମାନଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com