ଓଡ଼ିଶା

ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ବିଶେଷଜ୍ଞଙ୍କ ଦ୍ୱାରା ପୁରୀରେ ବିମାନ ବନ୍ଦର ନିର୍ମାଣ ପାଇଁ ସର୍ଭେ

ପୁରୀ : ପୁରୀରେ ବିମାନ ବନ୍ଦର ନିର୍ମାଣ ପାଇଁ ଆଜି ପୁଣିଥରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷର ବୈଷୟିକ ଟିମ ପକ୍ଷରୁ ସର୍ଭେ କରାଯାଇଛି । ଦିଲ୍ଲିର ୪ ଜଣ ଓ ଭୁବନେଶ୍ବରର ୩ ଜଣ ବିଶେଷଜ୍ଞ ପୁରୀରେ ବିମାନ ବନ୍ଦର ହେବା ପାଇଁ ଲକ୍ଷ ରଖାଯାଇଥବା ଜାଗାରେ ପହଞ୍ଚି ସର୍ଭେ କରିଛନ୍ତି। ପୁରୀ ସଦର ସିପସରୁବାଲି ଅଞ୍ଚଳରେ ପହଞ୍ଚି ଏହି ଟିମ ସର୍ଭେ କରିଛନ୍ତି । ଏହି ବୈଷୟିକ ଟିମ ସହ ଉପଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ଥିଲେ।

ପୂର୍ବରୁ ମଧ୍ୟ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷର ଟିମ ପୁରୀ ଗସ୍ତରେ ଆସି ସିପସରୁବାଲି ଅଞ୍ଚଳ ଅନୁଧ୍ୟାନ କରି ଜମିର ମ୍ୟାପ ଓ କାଗଜପତ୍ରର ଅନୁଧ୍ୟାନ କରିଥିଲେ। ଆଜି ସନ୍ଧ୍ୟାରେ ଜିଲ୍ଲା ପ୍ରଶାନ ସହ ଏହି ବୈଷୟିକ ଟିମ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି। ପୁରୀରେ ବିମାନବନ୍ଦର ନିର୍ମାଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବେସମାରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହି ବିମାନବନ୍ଦର ନାମ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ରଖିବା ପାଇଁ ଚିଠିରେ ପ୍ରସ୍ତାବ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com