ସମ୍ଭୋଗ ଚାମ୍ପିଅନ୍ଶିପ୍ ଖବରର କୌଣସି ସତ୍ୟତା ନାହିଁ

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଆସନ୍ତା ଜୁନ୍ ୮ରେ ହେବାକୁ ଯାଉଛି ସମ୍ଭୋଗ ଚାମ୍ପିଅନ୍ଶିପ୍। ବିଶ୍ଵର ପ୍ରଥମ ଦେଶ ଭାବେ ସ୍ଵିଡେନ୍ ଏହା ଆୟୋଜନ କରିବାକୁ ଯାଉଛି। ସମ୍ଭୋଗକୁ ଏକ କ୍ରୀଡ଼ାର ମାନ୍ୟତା ଦେଇ ଏଭଳି ପ୍ରତିଯୋଗିତା କରିବାକୁ ଯାଉଛି ବୋଲି ପ୍ରସାରିତ ଖବରର ବାସ୍ତବରେ କୌଣସି ସତ୍ୟତା ନାହିଁ। ସ୍ୱିଡେନ ଖବରକାଗଜ ଗୋଟବର୍ଗ୍ସ-ପୋଷ୍ଟେନ୍ର ରିପୋର୍ଟ ଅନୁସାରେ, ଗତ ଏପ୍ରିଲ ମାସରେ ଏଭଳି ଏକ ପ୍ରସ୍ତାବକୁ ରଦ୍ଦ କରାଯାଇଥିଲା।
ସ୍ୱିଡେନ୍ର ସେକ୍ସ ଫେଡେରେସନ ଓ ଏହାର ମୁଖ୍ୟ ଡ୍ରାଗନ ବ୍ରାକ୍ଟିଚ୍ ଏଭଳି ଏକ ପ୍ରସ୍ତାବ ଦେଇଥିଲେ। ଅନ୍ୟ କ୍ରୀଡ଼ା ଭଳି ସେକ୍ସ ପାଇଁ ମଧ୍ୟ ତାଲିମ ଦରକାର ଓ ଏହା ମନ-ଶରୀରକୁ ପ୍ରଭାବିତ କରୁଥିବା ବ୍ରାକ୍ଟିଚ୍ ଦର୍ଶାଇଥିଲେ ଓ ଚାମ୍ପିଅନଶିପ୍ ପାଇଁ ଆବେଦନ କରିଥିଲେ। ଏ ସମ୍ପର୍କରେ ଏପ୍ରିଲ ୨୬ ତାରିଖରେ ଖବର ମଧ୍ୟ ପ୍ରକାଶ ପାଇଥିଲା ବୋଲି ଗୋଟବର୍ଗ୍ସ-ପୋଷ୍ଟେନ୍ ରିପୋର୍ଟରେ କହିଛି। ଚଳିତ ବର୍ଷ ଜାନୁଆରିରେ ବ୍ରାକ୍ଟିଚ୍ ଏଭଳି ପ୍ରସ୍ତାବ ଦେଇଥିବା ବେଳେ ଏପ୍ରିଲ୍ରେ ଏହାକୁ ଖାରଜ କରାଯାଇଥିଲା ବୋଲି ସ୍ୱିଡେନ୍ ଗଣମାଧ୍ୟମ ପ୍ରକାଶ କରିଛି। ସ୍ୱିଡେନ ଖେଳ ସଂଘ ଅଧ୍ୟକ୍ଷ ବଜୋର୍ଣ୍ଣ ଏରିକ୍ସନ କହିଛନ୍ତି ଯେ ସେକ୍ସ ଫେଡେରେସନ କରିଥିବା ଆବେଦନ ଆମର ଗାଇଡ୍ଲାଇନ୍ ପୂରଣ କରିପାରିଲା ନାହିଁ। ଏଥିପାଇଁ ଆମେ ଏହାକୁ ରଦ୍ଦ କରିଦେଇଛୁ।