ଅନ୍ତର୍ଜାତୀୟଜାତୀୟ

ମୃତ୍ୟୁ ପୂର୍ବରୁ କ’ଣ ଥିଲା ସେନ ଓ୍ଵର୍ଣ୍ଣଙ୍କ ଯୋଜନା, ସିସିଟିଭି ଫୁଟେଜ୍‌ରୁ ହେଲା ଖୁଲାସା

ନୂଆଦିଲ୍ଲୀ() ଅଷ୍ଟ୍ରେଲିଆର ପୂର୍ବତନ ମହାନ ଖେଳାଳି ସେନ ଓ୍ଵର୍ଣ୍ଣଙ୍କ ଗତ ଶୁକ୍ରବାର ପରଲୋକ ଘଟିଛି। ସୋମବାର ଆସିଥିବା ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କର ମୃତ୍ୟୁ ସ୍ଵାଭାବିକ ଥିବା କୁହାଯାଇଛି। ତେବେ ବର୍ତ୍ତମାନ ଏକ ନୂତନ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଏଥିରୁ ଜଣା ପଡିଛି ଯେ, ଓ୍ଵର୍ଣ୍ଣଙ୍କୁ ମୃତ୍ୟୁ ପୂର୍ବରୁ ମାସାଜ ଦେବା ପାଇଁ ଚାରି ଥାଇ ମହିଳା ଆସିଥିଲେ। ହେଲେ ସେତେବେଳକୁ ଓ୍ଵର୍ଣ୍ଣଙ୍କ ମୃତ୍ୟୁ ଖବର ଆସି ସାରିଥିଲା ଏବଂ ମହିଳାଙ୍କୁ ଫେରିବାକୁ ପଡିଥିଲା।

dailymail.co.ukର ରିପୋର୍ଟ ମୁତାବକ, ଯେଉଁ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି ତାହା  ହେଉଛି ସେହି ରିସର୍ଟର ଯେଉଁଠି ଓ୍ଵର୍ଣ୍ଣ ରହିଥିଲେ। ଚାରି ଜଣଙ୍କ ମଧ୍ୟରୁ ଜଣେ ମହିଳା ଓ୍ଵର୍ଣ୍ଣଙ୍କ ପାଦ ମାସାଜ ପାଇଁ ଆସିଥିଲେ। ସେ କବାଟ ବାଡେଇଥିଲେ ମଧ୍ୟ କେହି ଦ୍ଵାର ଖୋଲିନଥିଲେ। ଏହାପରେ ଚାରି ଜଣ ମହିଳା ରିସର୍ଟରୁ ଫେରି ଆସୁଥିବା ଫୁଟେଜ୍‌ରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।

ଏହି ଘଟଣା ମୃତଦେହ ମିଳିବାର କିଛି  ମିନିଟ୍ ପୂର୍ବରୁ ଘଟିଥିଲା। ଚାରି ମହିଳାଙ୍କ କହିବା କଥା ସେମାନଙ୍କୁ  ପାଞ୍ଚଟାରେ ଆସିବାକୁ କୁହାଯାଇଥିଲା। ସେନ ଓ୍ଵର୍ଣ୍ଣ ଏବଂ ତାଙ୍କ ସାଙ୍ଗମାନେ ମାସାଜ, ଫୁଟ୍ ମାସାଜ ଏବଂ ନେଲ୍ ଟ୍ରିଟମେଣ୍ଟ ପାଇଁ ଆମକୁ ଡକାଇଥିଲେ। ତେବେ କବାଟ ବାଡେଇଥିଲେ ମଧ୍ୟ କୋଠାରୀରୁ କୌଣସି ଉତ୍ତର ମିଳିନଥିଲା। ଏହା ପରେ ଉକ୍ତ ମହିଳା ନିଜ ବସ୍‌ଙ୍କୁ ମେସେଜ୍ କରି ଓ୍ଵର୍ଣ୍ଣ କବାଟ ଖୋଲୁନଥିବା ଜଣାଇଥିଲେ।

ଡେଲିମେଲ୍‌ର ରିପୋର୍ଟ ଅନୁଯାୟୀ, ଚାରିରୁ ଦୁଇ ଜଣ ମହିଳା ସେନ ଓ୍ଵର୍ଣ୍ଣଙ୍କ ରୁମ ପର୍ଯ୍ୟନ୍ତ ଯାଇଥିଲେ। ପୋଲିସର କହିବା କଥା ଉକ୍ତ ଦୁଇ ମହିଳା ଶେଷ ଥର ଓ୍ଵର୍ଣ୍ଣଙ୍କୁ ଜୀବନ୍ତ ଦେଖିଥିଲେ। ଓ୍ଵର୍ଣ୍ଣଙ୍କୁ ନେଇ ପୋଲିସ ଯେଉଁ ବୟାନ ଜାରି କରିଛି, ସେଥିରୁ ଜଣା ପଡିଛି ଯେ, ଓ୍ଵର୍ଣ୍ଣଙ୍କ ମୃତ୍ୟୁ ପ୍ରାୟ ୪ଟା ୪୫ରେ ଘଟିଥିଲା।

ପୋଲିସ୍ ସୂଚନା ଅନୁଯାୟୀ, ଓ୍ଵର୍ଣ୍ଣଙ୍କ ଦେହାନ୍ତ ଶୁକ୍ରବାର ଥାଇଲାଣ୍ଡର ସାମୁଜାନ ରିସର୍ଟରେ ହୃଦଘାତ କାରଣରୁ ଘଟିଥିଲା। ନିଜ ବନ୍ଧୁମାନଙ୍କ ସହ ଛୁଟି ମନାଇବାକୁ ଅଷ୍ଟ୍ରେଲୀୟ ସ୍ପିନର ଥାଇଲାଣ୍ଡ ଆସିଥିଲେ। ଓ୍ଵର୍ଣ୍ଣଙ୍କ କଠୋରୀରୁ ସେମିତି କିଛି ସନ୍ଦେହ ହେବା ପରି ଜିନିଷ ମିଳିନାହିଁ, ଯାହାକୁ ନେଇ ମୃତ୍ୟୁ ଉପରେ ସନ୍ଦେହ କରାଯିବ। ପୋଲିସର କହିବା କଥା ଓ୍ଵର୍ଣ୍ଣ ମାସାଜ ପାଇଁ ମହିଳାଙ୍କୁ ଡକାଇଥିଲେ, ମାତ୍ର ଏହି ମହିଳାଙ୍କର ଓ୍ଵର୍ଣ୍ଣଙ୍କ ମୃତ୍ୟୁ ସହ କୌଣସି ସଂପର୍କ ନାହିଁ। ଓ୍ଵର୍ଣ୍ଣ କୋଠରୀରୁ ରକ୍ତର ଛିଟା ମିଳିଥିଲା, ଯାହା ସିପିଆର ଦେବା କାରଣରୁ ହୋଇଥିଲା ବୋଲି ପୋଲିସ୍ କହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com