ଜାତୀୟ

୧୦୦୦ ବର୍ଷରୁ ପଥରରେ ବନ୍ଦୀ ଥିଲା ରାକ୍ଷସ! ଭାଙ୍ଗିଯିବାରୁ ହେଲା ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ() ହଜାର ହଜାର ବର୍ଷ ପୂର୍ବେ ଏହି ପୃଥିବୀରେ ରାକ୍ଷସ ଥିଲେ ବୋଲି କେବେ କେଗବେ ଆମକୁ କାହାଣୀ ବା କିଛି ସ୍ଥାନରୁ ଶୁଣିବାକୁ ମିଳିଥାଏ । କିନ୍ତୁ ଆଜିର ସମୟରେ ଏହାକୁ କେହି ବିଶ୍ୱାସ କରୁନାହାନ୍ତି । ଅବଶ୍ୟ ପୌରାଣିକ କଥାରେ ପ୍ରାୟତଃ ଏପରି କିଛି ଶୁଣିବାକୁ ମିଳିଥାଏ । ଏପରି କିଛି ମାମଲା ଜାପାନରୁ ସାମ୍ନାକୁ ଆସିଛି । ଏପ ପୁରୁଣା ପଥରଖଣ୍ଡରେ ହଜାର ବର୍ଷ ପୂର୍ବରୁ ଜଣେ ରାକ୍ଷସକୁ ବନ୍ଦୀ କରି ରଖାଯାଇଥିବା ନେଇ ଦାବି କରାଯାଇଥିଲା । ଏବେ ତାହା ରହସ୍ୟମୟ ଭାବରେ ୨ ଭାଗରେ ବିଭକ୍ତ ହୋଇଛି । ସଇତାନ ଶକ୍ତି କାରଣରୁ ଏପରି ଘଟିଥିବା କୁହାଯାଉଛି ।

ଖବର ଅନୁସାରେ, ସେସୋ-ସେକି ଅଫ୍ ଦି କିଲିଙ୍ଗ ଷ୍ଟୋନ ହେଉଛି ଏକ ଆଗ୍ନେୟଗିରି ପଥର । କୁହାଯାଏ କି ଏହି ପଥରରେ ଏକ ଖରାପ ଆତ୍ମା ରହିଛି । ଏହି ସ୍ଥାନ ଟୋକିଓଠାରୁ ଅଧିକ ଦୂର ନୁହେଁ । ଜାପାନୀ ପୌରାଣିକ କଥା ଅନୁସାରେ, ଏହି ପଥର ଭିତରେ ଖରାପ ଆତ୍ମା ରହିଛି । ଯେ ବି ଏହା ସମ୍ପର୍କରେ ଆସିଥାଏ, ସେ ତାକୁ ମାରିଦିଏ । ଫଳରେ ପଥରଟି ଅଧିକ ଶକ୍ତିଶାଳୀ । ମାର୍ଚ୍ଚ ୫ରେ ପଥରଟି ୨ଭାଗରେ ଭଙ୍ଗାଯିବା ପରେ ସେଥିରୁ ବିଷାକ୍ତ ଗ୍ୟାସ୍ ବାହାରୁଥିବା ନେଇ ଜାପାନର ସ୍ଥାନୀୟ ଲୋକ ଓ ଅନଲାଇନ୍ ୟୁଜର୍ସମାନେ ଚିନ୍ତା ପ୍ରକାଶ କରିଥିଲେ । କୁହାଯାଉଛି ଯେ, କିଲିଙ୍ଗ ଷ୍ଟୋନରେ ତମାମୋ-ନୋମାଇଙ୍କ ଶବ ଥିଲା, ଯେ କି ଏକ ସୁନ୍ଦରୀ ମହିଳା ଭାବେ ୟେନଜର ଆସୁଥିଲେ । କିନ୍ତୁ ପରେ ୯ଟି ଲାଞ୍ଚ ଥିବା ଶୃଗାଳରେ ପରିଣତ ହୋଇଯାଏ ।

ଜାପାନୀ ପୁରାଣରୁ ଜଣାପଡିଛି ଯେ ତାମାମ-ନୋ-ମା ୧୧୦୦ ଦଶକରେ ସମ୍ରାଟ ଟୋବାଙ୍କୁ ହଟାଇବା ଏବଂ ହତ୍ୟା କରିବାର ଷଡଯନ୍ତ୍ର କରି ଏକ ଶକ୍ତିଶାଳୀ ଜାପାନୀ ସାମ୍ରାଜ୍ୟ ପ୍ରଭୁଙ୍କ ପାଇଁ କାମ କରୁଥିଲେ । ପଥର ଭାଙ୍ଗିବାର ଖବର ସାମ୍ନାକୁ ଆସିବା ପରେ ଲୋକମାନେ ସୋସିଆଲ ମିଡିଆରେ ନିଜର ଚିନ୍ତାଧାରା ଏବଂ ବିଚରଧାରା ବାଣ୍ଟିବାକୁ ଲାଗିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com