ମନୋରଞ୍ଜନ

ସ୍ବର୍ଣ୍ଣ ମନ୍ଦିରରେ ଭିକ୍କି

ବଲିଉଡ୍‌ ଅଭିନେତା ଭିକ୍କି କୌଶଲ ଏବେ ତାଙ୍କ ଅପ୍‌କମିଂ ଚଳଚ୍ଚିତ୍ର ‘ସାମ୍‌ ବାହାଦୁର’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଭିକ୍କି ଅମୃତସହରର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମ୍‌ରେ ମନ୍ଦିର ସହ ତାଙ୍କର ଫଟୋ ପୋଷ୍ଟ କରିଛନ୍ତି।

ତାଙ୍କ ସହିତ ଫିଲ୍ମ ନିର୍ଦ୍ଦେଶକ ଏବଂ ଅଭିନେତ୍ରୀ ସାନ୍ୟା ମାଲହୋତ୍ରାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଫିଲ୍ମ ରିଲିଜ୍‌ ପୂର୍ବରୁ ସଫଳ କାମନା ପାଇଁ ସେମାନେ ମନ୍ଦିର ଦର୍ଶନ କରିଥିବା ଜଣାପଡ଼ିଛି। ଭିକ୍କିଙ୍କ ଆଗାମୀ ଚଳଚ୍ଚିତ୍ର ‘ସାମ ବାହାଦୁର’କୁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

Related Articles

Back to top button