ଓଡ଼ିଶା
ଜଟଣୀରୁ କୋଟିଏ ଟଙ୍କାର ବ୍ରାଉନ୍ସୁଗାର ଜବତ, ୩ ଗିରଫ
![](https://i0.wp.com/odia.mobilenews24x7.com/wp-content/uploads/2022/03/vlcsnap-2022-03-10-14h40m50s445.png?resize=640%2C288&ssl=1)
ଭୁବନେଶ୍ବର() ଥମୁନି ଧଳାଜହର କାରବାର । କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ। ବ୍ରାଉନସୁଗାର କାରବାର ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ।
ଖବର ଅନୁଯାୟୀ, ବ୍ରାଉନ୍ସୁଗାର କାର୍ବାର ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ଏସ୍ଟିଏଫ୍ ଟିମ୍ ଜଟଣୀ ରାଜାବଜାରରେ ଚଢାଇ କରିଥିଲା । ଏହି ଚଢାଉରେ ପ୍ରାୟ ୧ କେଜି ୩୨୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୨ ଲକ୍ଷ ହେବ ବୋଲି ସୂଚନା ମିଳିଛି । ଏହାସହ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ଏବଂ ଗୋଟିଏ ପଲସର୍ ବାଇକ୍ ଜବତ ହୋଇଛି ।
ସେହିପରି ବ୍ରାଉନସୁଗାର କାରବାର ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ଗିରଫ ୩ ଜଣ ହେଲେ ଜଟଣୀ ରାଜାବଜାର ଗଜପତିନଗରର ସେକ୍ ସମୀର ଏବଂ ସୟଦ୍ ଇମ୍ତିୟାଜ୍ ଏବଂ ପୁରୀ ଡେଲାଙ୍ଗ ହରିରାଜପୁରର ରତି ରଞ୍ଜନ ରାଉତରାୟ ବୋଲି ଜଣାପଡିଛି ।