ଓଡ଼ିଶା
ଭୁଶୁଡ଼ିଲା କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଦୁଇ ଜଣ ମୃତ୍ୟୁ
![](https://i0.wp.com/odia.mobilenews24x7.com/wp-content/uploads/2022/03/121212.png?resize=356%2C197&ssl=1)
କଟକ () କଟକ ଛତ୍ରବଜାରରେ ବଡ଼ଧରଣର ଅଘଟଣ ଘଟିଛି। ବ୍ରିଟିସ୍ ଅମଳର ଛତ୍ରବଜାର ପୋଲକୁ ଲାଗି ଏକ ପାଚେରି ଖସି ପଡ଼ିଛି। ତାଳଦଣ୍ଡା କେନାଲ ଭିତରକୁ ପାଚେରି ଖସି ପଡ଼ିବାପରେ ତଳେ ଥବା ତିନି ଜଣ କର୍ମଚାରୀ ଅତଡ଼ା ତଳେ ଚାପି ହୋଇ ଯାଇଛନ୍ତି।
ସେମାନଙ୍କ ମଧ୍ୟରୁ କେନ୍ଦୁଝରର ଅଜିତ ଚନ୍ଦ୍ର ଓ ପ୍ରୀତମ ଦେହୁରିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ବଡ଼ ଡାକ୍ତରଖାନା ଆଇସିୟୁରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ ଆରଆଣ୍ଡବି ପକ୍ଷରୁ ରାଣୀହାଟରୁ ମାତୃଭବନ ଯାଏ ତାଳତଣ୍ଡା କେନାଲ୍ ସମ୍ପ୍ରସାରଣ କାମ ଚାଲିଥିବା ବେଳେ ସନ୍ଧ୍ୟା ପ୍ରାୟ 6ଟାରୁ 6.30 ମଧ୍ୟରେ ଛତ୍ରବଜାରରେ ଥିବା ବ୍ରିଟିସ୍ ଅମଳର ପୋଲର ଆରମ୍ଭରେ ଥିବା କାନ୍ଥ କେନାଲ ଭିତରକୁ ଖସି ପଡ଼ିଥିଲା।
କେନାଲରେ ଏହି ସମୟରେ କାମ କରୁଥିବା ତିନି ଜଣ ଶ୍ରମିକଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। ପାଚେରି ସହିତ ବାଲିର ଅତଡ଼ା ବି ଖସିଥିଲା।
ଏହି ଘଟଣା ଚାରିଆଡ଼େ ବ୍ୟାପିଯିବା ପରେ ଘଟଣାସ୍ଥଳରେ ବାଦାମବାଡ଼ି ଥାନା ପୁଲିସ ସମେତ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପାଖାପାଖି ଦେଢ଼ ଘଣ୍ଟା ଭିତରେ ତିନି ଜଣ ଶ୍ରମିକଙ୍କୁ ଅତଡ଼ା ତଳୁ ଉଦ୍ଧାର କରାଯାଇଥିଲା। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।